Sun. Mar 8th, 2026

ଛାତ୍ରୀଙ୍କୁ ଅସଦାଚାରଣ କରି ଶିକ୍ଷକ ଗିରଫ

242 Views

ବାଲିଗୁଡ଼ା  :  ଗୁରୁ- ଶିଷ୍ୟ ସମ୍ପର୍କରେ ପୁଣି ଥରେ ଲାଗିଲା କଳଙ୍କର ଛିଟା ।  ଟ୍ୟୁସନ୍‌ ହେବାକୁ ଯାଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି ଜଣେ ଟ୍ୟୁସନ୍‌ ସାର୍‌। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଛି ପୁଲିସ୍‌। ଗିରଫ ଶିକ୍ଷକଙ୍କ ନାଁ ପ୍ରଶାନ୍ତ  କୁମାର ସାହୁ। ସେ  ଲତେସବାନ୍ଦା ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଛନ୍ତି।

ଗତ ୨୦ ତାରିଖରେ ପ୍ରଶାନ୍ତ ଦାରିଙ୍ଗବାଡ଼ି ନିଲକନ୍ଦର ସାହିସ୍ଥିତ ନିଜ ବାସଭବନରେ କିଛି ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ଏହି ସମୟରେ ସମ୍ପୃକ୍ତା ଛାତ୍ରୀଙ୍କୁ ନିଜ ବେଡରୁମ୍‌କୁ ଡାକି ନେଇ ଅସଦାଚାରଣ କରିଥିଲେ। ଛାତ୍ରୀଜଣକ କାନ୍ଦି କାନ୍ଦି ଆସି ଘର ଲୋକଙ୍କୁ  ସବୁ କହିବା ପରେ ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଲାଗି ରହିଛି।

By amfnews

Related Post