Sat. Nov 2nd, 2024

ଛାତ୍ରଛାତ୍ରୀଙ୍କ ମୁଣ୍ଡରେ କାର୍ଟୁନ୍ ପେଟି

By amfnews Oct 19, 2019 #Featured
130 Views

ବେଙ୍ଗାଲୁରୁ  : କପି ରୋକିବା ପାଇଁ ଅଭିନବ ପ୍ରୟାସ କରିଛି କର୍ଣ୍ଣାଟକର ହଭେରିରେ ଥିବା ଭଗତ ପିୟୁ (ପ୍ରି ୟୁନିଭରସିଟି) କଲେଜ। ଏଥିପାଇଁ ପରୀକ୍ଷାର୍ଥୀ କାଗଜରେ ପ୍ରସ୍ତୁତ କାର୍ଟୁନ ପେଟିକୁ ମୁଣ୍ଡରେ ଘୋଡ଼ାଇ ପରୀକ୍ଷା ଦେଉଛନ୍ତି। ବିଭିନ୍ନ ସାମଗ୍ରୀ କିଣିବା ବେଳେ ଯେଉଁ ପେଟିରେ ପ୍ୟାକିଂ ହୋଇଆସିଥାଏ ସେହି ପେଟିକୁ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଲଗାଇବା ପାଇଁ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।

ଗତ ବୁଧବାର ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମଧ୍ୟବର୍ତ୍ତୀକାଳୀନ ପରୀକ୍ଷା ଦେଉଥିଲେ। କେମେଷ୍ଟ୍ରି ପରୀକ୍ଷା ଦେଉଥିବାବେଳେ କଲେଜ କର୍ତ୍ତୃପକ୍ଷ କପି ରୋକିବାକୁ ଯାଇ ଏଭଳି ନିୟମ ଲାଗୁ କରିଥିଲେ। ସୋଶାଲ ମିଡିଆରେ ଏଭଳି ଅଭିନବ ପରୀକ୍ଷାର ଚିତ୍ର ଭାଇରାଲ ହେବାପରେ କଲେଜ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି କର୍ଣ୍ଣାଟକର ଶିକ୍ଷା ବିଭାଗ।

 

ANI

@ANI

Karnataka: Students were made to wear cardboard boxes during an exam at Bhagat Pre-University College in Haveri, reportedly to stop them from cheating. (16.10.2019)

View image on TwitterView image on TwitterView image on TwitterView image on Twitter

ପିୟୁ ବୋର୍ଡର ଉପ ନିର୍ଦ୍ଦେଶକ ଏସସି ପିରଜଡେ କହିଛନ୍ତି କଲେଜ କର୍ତ୍ତୃପକ୍ଷଙ୍କୁ ଏବାବଦରେ ନୋଟିସ କରାଯାଇଛି। କପି ରୋକିବାକୁ ଯାଇ କଲେଜ କର୍ତ୍ତୃପକ୍ଷ ଯେଉଁ ଉପାୟରେ ପରୀକ୍ଷା କରିଛି ତାହା ନିନ୍ଦନୀୟ, ଅମାନବୀୟ ବୋଲି ସେ କହିଛନ୍ତି।

ତେବେ କଲେଜର ନିର୍ଦ୍ଦେଶକ ଏମବି ସତୀଶ କହିଛନ୍ତି କପି ରୋକିବାକୁ ଯାଇ ସେମାନେ ଏଭଳି ପ୍ରୟାସ କରିଛନ୍ତି। ଏହା କେବଳ ଏକ ଏକ୍ସପେରିମେଣ୍ଟ ବୋଲି ସେ କହିଛନ୍ତି। ଏମିତି କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ଏଭଳି ପରୀକ୍ଷା ମେକ୍ସିକୋର ଏକ କଲେଜରେ ହୋଇଥିଲା। ଯେଉଁଠି କପି ରୋକିବାକୁ ଯାଇ କଲେଜ କର୍ତ୍ତୃପକ୍ଷ ସମସ୍ତ ପରୀକ୍ଷା ପରୀକ୍ଷାର୍ଥୀଙ୍କ ମୁଣ୍ଡରେ କାଗଜ ପେଟି ଘୋଡ଼ାଇ ଦେଇଥିଲେ।

By amfnews

Related Post