Sat. Mar 7th, 2026

ଛତିଶଗଡ଼ରେ ତିନିଜଣ ନକ୍ସଲ କଲେ ଆତ୍ମସର୍ପଣ, ଦୁଇ ନକ୍ସଲଙ୍କ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିଲା ପୁରସ୍କାର ରାଶି

423 Views

ସୁକମା: ଶନିବାର ଛତିଶଗଡ଼ ସୁକମା ଜିଲ୍ଲାର ରାଜ୍ୟ ପୁଲିସ ନିକଟରେ ତିନିଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି। ତିନିଜଣ ନକ୍ସଲଙ୍କ ମଧ୍ୟରୁ ଦୁଇ ନକ୍ସଲଙ୍କ ମୁଣ୍ଡ ଉପରେ ଆଠଲକ୍ଷ ଟଙ୍କାର ପୁରସ୍କାର ରାଶିର ବି ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ସାଧା ପୋଷାକରେ ନକ୍ସଲର ଏକ ଛୋଟ ଟିମ୍‌ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ସୁରକ୍ଷା ଟିମ୍‌ ଉପରେ ଧାରୁଆ ଅସ୍ତ୍ରଶସ୍ତ୍ରରେ ଆକସ୍ମିକ ଆକ୍ରମଣ କରିଥିଲେ। ଏଥିସହିତ ଚେରପାଲ ବଜାରର ଡିଆରଜି ଜିଏସ୍‌ ଦେବଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ ଆଘାତ ଦେଇଥିଲେ। କୋଟବାଲି ପୁଲିସ ନକ୍ସଲଙ୍କ ଏହି ଆକ୍ରମଣକୁ ବାହାଦୁରୀ ସହିତ ସାମ୍ନା କରିଥିଲେ ହେଁ ଗଳା ଓ ହାତରେ ଆଘାତ ଲାଗିଥିଲା। ଏହି ଆକ୍ରମଣ ବନ୍ଦ ହୋଇଯିବା ପରେ ଘଟଣାସ୍ଥଳରୁ ଦୁଇଜଣ ନକ୍ସଲଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଗିରଫ କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଦୁଇ ନକ୍ସଲଙ୍କ ନାମ ସୋନୁ ଓ ସୁକ୍କୁ ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଲରୁ ଗୋଳାବାରୁଦ ସହିତ ଛୁରୀ, ଡିଟେନେଟର୍ସ ଓ ଅନ୍ୟ ବିସ୍ଫୋଟକ ସାମଗ୍ରୀ ସହିତ ଦେଶୀ ବନ୍ଧୁକ ଜବତ କରିଛି। ଅନ୍ୟ ଜଣେ ନକ୍ସଲ ନାମ ଭେଟି ରାମା।

By amfnews

Related Post