Sat. Mar 7th, 2026

ଚୋରା ପୀରତି ଧରାଡ଼ିଗଲା ବୋଲି ସ୍ତ୍ରୀ କାଟିଲା ସ୍ୱାମୀର ଯୌନାଙ୍ଗ

253 Views

କଳାବାଡ଼ିଆ : ବାଙ୍ଗିରିପୋଷି ଥାନା ଅଂଚଳର ଜଣେ ବିବାହିତ ମହିଳା ଚୋରାରେ ଅନ୍ୟଜଣେ ପୁରୁଷ ସହ ଅନୈତିକ ସଂପର୍କ ରଖିଆସୁଥିଲା। ହଠାତ୍‌ ସ୍ୱାମୀର ନଜର ପଡ଼ିବାରୁ ଉଭୟ ପ୍ରେମୀଯୁଗଳ ମିଶି ସ୍ୱାମୀର ଯୌନାଙ୍ଗକୁ କାଟିଦେବା ଭଳି ଘଟଣା ବାଙ୍ଗିରିପୋଷି ଅଂଚଳରେ ଚର୍ଚାର ବିଷୟ ପାଲଟିଛି । ପୁରୁଷ ପ୍ରେମିକ ଓ ସ୍ତ୍ରୀ ମିଶି ସ୍ୱାମୀକୁ ମାଡ଼ ମାରିବା ସହିତ ଏକ ପନିକିରେ ଯୌନାଙ୍ଗକୁ କ୍ଷତାକ୍ତ କରିଥଲେ। ସ୍ୱାମୀର ଚିତ୍କାର ଶୁଣି ପଡୋଶୀ ପହଞ୍ଚିିଯିବାରୁ ଉଭୟ ପ୍ରେମୀଯୁଗଳ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଗ୍ରାମବାସୀ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏନେଇ ବାଙ୍ଗିରିପୋଷି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

By amfnews

Related Post