Wed. Dec 25th, 2024

ଚୀନ ବିରୋଧରେ ତାଇୱାନକୁ ମଜବୁତ କରୁଛି ଆମେରିକା, ଦେବ ୧୩୫ ମିସାଇଲ

By amfnews Oct 22, 2020 #Featured
347 Views

ୱାଶିଂଟନ, ଅକ୍ଟୋବର ୨୨ : ତାଇୱାନକୁ ଆମେରିକା ୧୩୫ଟି ମିସାଇଲ ଓ ଏଥି ସହ ସଂପର୍କିତ ସାମଗ୍ରୀ ଯୋଗାଇବ । ଆମେରିକାର ମୂଳ ଲକ୍ଷ୍ୟ ହେଉଛି ଚୀନ ବିରୋଧରେ ତାଇୱାନକୁ ଛିଡ଼ା କରାଇବା । ଚୀନ ସହିତ ଉତ୍ତେଜନା ଜାରି ଥିବା ବେଳେ ଆମରେିକୀୟ ପ୍ରଶାସନ ତାଇୱାନକୁ ୧ ମିଲିୟନ ଡଲାର ଅର୍ଥାତ ୭୩୦୦ କୋଟି ଟଙ୍କାର ଘାତକ ଅସ୍ତ୍ର ବିକ୍ରି ନେଇ ମଂଜରୀ ଦେଇଛି । ଆମେରିକାର ଏହି ନିଷ୍ପତ୍ତିରେ ଚୀନ ବିରକ୍ତି ପ୍ରକାଶ କରିପାରେ । କାରଣ ଚୀନ ପୂର୍ବରୁ ବ୍ୟବସାୟ, ତିବତ ଓ ହଙ୍ଗକଙ୍ଗ ପ୍ରସଙ୍ଗରେ ଉଗ୍ର ହୋଇଛି । 

ବୁଝାମଣା ଅନୁସାରେ ଆମେରିକା ଆକାଶକୁ ଭୃକ୍ଷେପ କରିପାରୁଥିବା ୧୩୫ ମିସାଇଲ ଓ ଉପକରଣ ତାଇୱାନକୁ ଯୋଗାଇବ । ଏହି ମିସାଇଲ ବୋଇଂ ଦ୍ୱାରା ପ୍ରସ୍ତୁତ ହୋଇଛି । ଏଥି ସହିତ ଆମେରିକା ପ୍ରତିରକ୍ଷା କ୍ଷମତାରେ ସଂଶୋଧନ ଆଣିବା ଲାଗି ତାଇୱାନର ସେନାକୁ ତାଲିମ ଦେବ । ଏହାରି ଉପରେ ବିଦେଶ ମନ୍ତ୍ରାଳୟ ମୋହର ଲଗାଇଛି । ବୟାନରେ କୁହାଯାଇଛି ଯେ, ଏହି ପ୍ୟାକେଜ । ବିଲିୟନରୁ ଅଧିକ ଡଲାର । 

ଏକ ବୟାନରେ କୁହାଯାଇଛି, ଏହି ପ୍ରସ୍ତାବିତ ବୁଝାମଣାରେ ତାଇୱାନକୁ ସୈନ୍ୟ ସନ୍ତୁଳନ ଏବଂ ଆର୍ଥିକ ପ୍ରଗତି ସହିତ ନିଜର ସୁରକ୍ଷାକୁ ଭଲ କରିବା ଏବଂ ରାଜନୈତିକ ସ୍ଥିରତା ଜାରି ରଖିବାରେ ସାହାଯ୍ୟ ମିଳିବ । ଏହା ଦ୍ୱାରା ତାଇୱାନର ଶକ୍ତି ମଧ୍ୟ ବୃଦ୍ଧି ପାଇବ । 

By amfnews

Related Post