Fri. Dec 27th, 2024

ଚୀନ ଅମାନିଆ ହେଲେ ଆମେରିକା ସବୁଠୁ ବଡ଼ ପ୍ରହାର କରିବ : ଡୋନାଲ୍ଡ ଟ୍ରମ୍ପ

By amfnews Aug 23, 2020 #Featured
132 Views

ୱାଶିଂଟନ, ଅଗଷ୍ଟ ୨୩ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ବିଚ୍ଛିନ୍ନ ନେଇ ବଡ଼ ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଯଦି ଚୀନ ଆମେରିକାର ସର୍ତ୍ତ ପାଳନ କରୁ ନାହିଁ, ତାହେଲେ ଆମେରିକା ଏହାର ଉପରେ ବ୍ୟବସାୟ ବନ୍ଦ କରିବ । ଚୀନ ଆମେରିକାର ଜିନିଷ କିଣୁଥିବା ଏକ ବଡ଼ ଦେଶ ।

ଏକ ଆମେରିକୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଉଭୟ ଚୀନ ଓ ଆମେରିକା ଜଣେ ଅନ୍ୟ ସହିତ ବଡ଼ ବ୍ୟବସାୟ କରନ୍ତି । କିନ୍ତୁ ଏଥିରେ ଆମେରିକାକୁ ବ୍ୟବସାୟିକ କ୍ଷତି ଅଧିକ ସହ୍ୟ କରିବାକୁ ପଡ଼ିଛି । ଡୋନାଲ୍ଡ ଟ୍ରମ୍ପ ଏହି ବ୍ୟବସାୟିକ କ୍ଷତି ପୂରଣ କରିବାକୁ ଚାହାନ୍ତି । ତାଙ୍କ କହିବା ଅନୁସାରେ ଚୀନ ଅତି କମରେ ଆମଠାରୁ ସେତିକି ଜିନିଷ କିଣୁ, ଯେତିକି ଆମେ କିଣିଛୁ । ମାତ୍ର ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ବୁଝାମଣା ଗତ ଜାନୁଆରିରେ ହୋଇଥିଲା । କିନ୍ତୁ କରୋନା ଭାଇରସ ବ୍ୟାପିବା ପରେ ଟ୍ରମ୍ପ ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା କରିବା ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ । ଆମେରିକା ଉଦ୍ୟମ ପରେ ଚୀନ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରିଛି ।

By amfnews

Related Post