Sat. Jan 25th, 2025

ଚୀନର ଆକ୍ରମଣରୁ ବର୍ତ୍ତିବା ଲାଗି ଭାରତ ଭଳି ବନ୍ଧୁ ସହ କାମ କରିବାର ଆବଶ୍ୟକତା ଅଛି: ଆମେରିକା

By amfnews Oct 24, 2020 #Featured
164 Views

ୱାଶିଂଟନ, ଅକ୍ଟୋବର ୨୪ : ହିମାଳୟ ଠାରୁ ଆରମ୍ଭ କରି ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ, ଚୀନର ବଢ଼ିଥିବା ଆକ୍ରମଣ ନେଇ ବିଶ୍ୱର ବହୁ ରାଷ୍ଟ୍ର ଚିନ୍ତିତ ଅଛନ୍ତି । ଏହାରି ମଧ୍ୟରେ ଆମେରିକା କହିଛି, ଚୀନର ଆକ୍ରମଣରୁ ରକ୍ଷା ପାଇବା ଲାଗି ଭାରତ ଭଳି ଦେଶ ସହିତ କାମ କରିବାର ଆବଶ୍ୟକତା ରହିଛି । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଅଧିକାରୀ ଏହା କହିଛନ୍ତି । ଆମେରିକା ପୂର୍ବରୁ ଚୀନକୁ ମୁକାବିଲା କରିବା ଲାଗି ‘କ୍ୱାର୍ଡ’ ଦେଶ ସମୂହ ସହିତ ଆଲୋଚନା କରିଛି । ମାତ୍ର ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ କ୍ୱାର୍ଡର ସଂପ୍ରସାରଣ ଯୋଜନା ନାହିଁ । 

ଜଣେ ଅଧିକାରୀ କହିଛନ୍ତି, କ୍ୱାର୍ଡ ସମିତି ସଂପର୍କରେ ନିକଟରେ ଭବିଷ୍ୟରେ ଏହାକୁ ନେଇ କୌଣସି ଯୋଜନା ନାହିଁ । ଭବିଷ୍ୟତରେ କିଛି ବି ହୋଇପାରେ । ସୂଚନାଯାଗ୍ୟ, ଆମେରିକା ବିଦେଶ ସଚିବ ମାଇକ ପମ୍ପିଓ ଓ ପ୍ରତିରକ୍ଷା ସଚିବ ମାର୍କ ଆମ୍ପର ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବେ । ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଏହା ହେବ ୩ୟ ଭାରତ ଗସ୍ତ ।ମାଇକ ପୋମ୍ପିଓ ୧ ମାସ ମଧ୍ୟରେ ଦ୍ୱିତୀୟ ଥର ଏସିଆ ମହାଦେଶକୁ ଗସ୍ତ କରୁଛନ୍ତି । ଏହା ଗସ୍ତକାଳରେ ସେ ମାଳଦୀପ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ ମଧ୍ୟ ଯିବେ । ଭାରତ ୬ଥର ସେନା ବାର୍ତ୍ତା ପରେ ଉଭୟ ପକ୍ଷ ଅନେକ ନିଷ୍ପତ୍ତି ଘୋଷଣା କରିଛନ୍ତି । 

ଭାରତ-ଆମେରିକା ଏଭଳି ସୈନ୍ୟ ବୁଝାମଣା କରିବାକୁ ଯାଉଛି, ଯେଉଁଥିରେ କି ୟୁଏସର ସାଟଲାଇଟ ଡାଟା ଆକ୍ସେସ ମିଳିପାରିବ । ସାଟେଲାଇଟ ସହଯୋଗରେ ମିସାଇଲ ଓ ଡ୍ରୋନକୁ ସଠିକ ଆକ୍ରମଣ କରାଯାଇପାରିବ । 

By amfnews

Related Post