ନୂଆଦିଲ୍ଲୀ, ଅଗଷ୍ଟ ୨୨ : ପୂର୍ବ ଲଦ୍ଦାଖରେ ଧୋକା ମିଳିବା ପରେ ଭାରତ ଏବେ ଚୀନକୁ ଝଟକା ଦେଇଛି । ରେଳବାଇ ୪୪ ସେଟ ମଧ୍ୟ ଦ୍ରୁତଗାମୀ ଟ୍ରେନ (ବନ୍ଦେ ଭାରତ ଏକ୍ସପ୍ରେସ)ର ଟେଣ୍ଡର ବାତିଲ କରିଛି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିର୍ମାଣ ପାଇଁ ମିଳିଥିବା ଟେଣ୍ଡରରେ ଚୀନର ସରକାରୀ କଂପାନୀ ଅଂଶଗ୍ରହଣ କରିଥିଲା । ରେଳବାଇ ତରଫରୁ କୁହାଯାଇଛି ଯେ, ଆଗାମୀ ଏକ ସପ୍ତାହ ମଧ୍ୟରେ ନୂଆ ଟେଣ୍ଡର ଜାରି କରିବ । ଏଥିରେ ମେକ ଇନ ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ ।
୪୪ ପ୍ରୋପଲ୍ସନ ସିଷ୍ଟମ ଲାଗି ଭାରତୀୟ ରେଳବାଇ ଗ୍ଲୋବାଲ ଟେଣ୍ଡର ଆମନ୍ତ୍ରିତ କରିଥିଲେ । ଏହି ଟେଣ୍ଡରରେ ଚୀନର ସରକାରୀ କଂପାନୀ ସିଆରଆରସି ପାୟୋନିଅର ଇଲେକ୍ଟ୍ରିକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ସାମିଲ ଥିଲା । ସିଆରଆରସି ପାୟୋନିଅର ଇଲେକ୍ଟ୍ରିକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଗୁରୁଗ୍ରାମର ଏକ କଂପାନୀ ସହିତ ଭେଂଚର । ଏହି ୨ କଂପାନୀ ଭାରତରେ ମିଶି କାମ କରିଥାନ୍ତି ।
ଭାରତୀୟ ରେଳବାଇ ୪୪ ମଧ୍ୟ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନିର୍ମାଣ ପାଇ ଗତ ବର୍ଷ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲା । ଗତ ବର୍ଷ ଏହି ଟେଣ୍ଡର ଖୋଲିଥିଲା । ଚୀନର କଂପାନୀ ଭାରତୀ କଂପାନୀ ସହିତ ଏଥିରେ ସାମିଲ ଥିଲା । ୧୬ କୋରଚ ୪୪ଟି ଟ୍ରେନ ଲାଗି ଇଲେକ୍ଟ୍ରିକ ସାରଂଜାମ ଯୋଗାଇ ଦେବାକୁ ମୋଟ ୬ଟି କଂପାନୀ ଟେଣ୍ଡରରେ ଲାଗିଥିଲେ । ଏହି ଟେଣ୍ଡରରେ ଅନ୍ୟ କଂପାନୀଗୁଡ଼ିକ ହେଲେ ଦିଲ୍ଲୀର ଭେଲ, ସଂଗରୁରର ଭାରତ ଇଣ୍ଡଷ୍ଟ୍ରିଜ, ନଭି ମୁମ୍ବାଇର ପାୱାରନେଟିକ୍ସ ଇକ୍ୟୁପମେଣ୍ଟ ଲିମିଟେଡ, ହାଇଦରାବାଦର ମେଧା ଗ୍ରୁପ ଓ ପରୱାନୁ ଇଲେକଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ମଧ୍ୟ ସାମିଲ ଥିଲେ ।