Sat. Mar 7th, 2026

ଚିଟଫଣ୍ଡ କାରବାର ମାମଲାରେ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

378 Views

ଭୁବନେଶ୍ୱର, ସେପ୍ଟେମ୍ବର ୧୮ : ସିସୋର ଚିଟଫଣ୍ଡ କାରବାର ମାମଲାରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ କରିଛି । ଭୁବନେଶ୍ବର ୟୁନିଟ୍-୧ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି।

ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ମହାନଦୀରେ ସି-ସୋରର ବୋଟିଂ ପ୍ରୋଜେକ୍ଟ ଏବଂ କଟକ ସହରରେ ଏକ ରେଷ୍ଟୁରାଣ୍ଟ ପାଇଁ ସେ ଅନୁମତି ଦେଇଥିଲେ। ଏହାସହିତ ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଠାରେ ଏକ ସରକାରୀ ଗେଷ୍ଟ ହାଉସ ପାଇଁ ମଧ୍ୟ ଅନୁମତି ଦେଇଥିଲେ।

ସେସବୁ ବାବାଦରେ ପଚରାଉଚରା ନିମନ୍ତେ ତାଙ୍କ ଆଠଗଡ଼ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ସିବିଆଇର ଟିମ୍ ଚଢ଼ଉ କରିଥିବା ସୂଚନା ମିଳିଛି।

By amfnews

Related Post