Mon. Apr 21st, 2025

ଚିକେନ୍‌ ଓ ଅଣ୍ଡାକୁ ନିରାମିଷ ଘୋଷଣା କରିବାକୁ ରାଜ୍ୟସଭାରେ ଦାବି

By amfnews Jul 20, 2019 #Featured
157 Views

ନୂଆଦିଲ୍ଲୀ  : ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନାର ସାଂସଦ ସଞ୍ଜୟ ରାଉତ ଆଜି ରାଜ୍ୟସଭାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଦାବି ଉପସ୍ଥାପନ କରିଛନ୍ତି। ସେ ଆୟୂଷ ମନ୍ତ୍ରଣାଳୟକୁ ଚିକେନ ଓ ଅଣ୍ଡାକୁ ନିରାମିଷ ଖାଦ୍ୟ ଭାବେ ଘୋଷଣା କରାଯିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, “ନନ୍ଦୁରବାର ଅଞ୍ଚଳରେ ଥିବା ଏକ ଛୋଟିଆ ଗାଁକୁ ମୁଁ ଯାଇଥିଲି। ଆଦିବାସୀ ଲୋକମାନେ ଆମକୁ ଚିକେନ ତରକାରୀ ପରଷି ଥିଲେ। ମୁଁ ଯେତେବେଳେ ତାଙ୍କୁ ଏହା କ’ଣ ବୋଲି ପଚାରିଲି ସେମାନେ ଏହା ଆର୍ୟୂବେଦିକ ଚିକେନ୍‌ ବୋଲି କହିଥିଲେ। ସେମାନେ କୁକୁଡ଼ା ମାନଙ୍କୁ ବିଶେଷ ଯତ୍ନର ସହଆର୍ୟୂବେଦିକ ଖାଦ୍ୟ ଦେଇ ବଢ଼ାଇ ଥାଆନ୍ତି ଏବଂ ତା’କୁ ରାନ୍ଧି ଖାଇଲେ ସମସ୍ତ ରୋଗ ଭଲ ହୋଇଯିବ ବୋଲି ସେମାନେ ବିଶ୍ୱାସ କରନ୍ତି।”

ଶ୍ରୀ ରାଉତ କହିଛନ୍ତି, ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆର୍ୟୂବେଦିକ ଅଣ୍ଡା ଉପରେ ଗବେଷଣା କରାଯାଉଛି। ତେଣୁ ଚିକେନ୍‌କୁ ଆର୍ୟୂବେଦିକ ଖାଦ୍ୟ ଭାବେ ବିବେଚନା କରିବା ସହ ଏହାକୁ ନିରାମିଷ ଖାଉଥିବା ଲୋକେ ଖାଇପାରିବେ ବୋଲି ଘୋଷଣା କରାଯାଉ। କୁକୁଡ଼ା ଆର୍ୟୂବେଦିକ ଖାଦ୍ୟ ଖାଇଲେ ଆୟୁର୍ବେଦିକ ଅଣ୍ଡା ଦେବ। ତେଣୁ ସେଭଳି କୁକୁଡ଼ାର ମାଂସ ନିରାମିଷ ଖାଦ୍ୟ। ଏ ସଂକ୍ରାନ୍ତ ଗବେଷଣା ପାଇଁ ୧୦ ହଜାର କୋଟିର ବଜେଟ ବ୍ୟୟବରାଦ କରାଯାଉ।”

By amfnews

Related Post