Sat. Jun 14th, 2025

ଚିକିତ୍ସା ବାହାନାରେ ହାତଗୋଡ଼ ବାନ୍ଧି ଶାରୀରିକ ସଂପର୍କ ରଖିଲା ବାବା!

By amfnews Sep 10, 2019 #Featured
205 Views

ଧାନଓ୍ଵାଦ: ଝାରଖଣ୍ଡରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବାବା ଚିକିତ୍ସା ବାହାନାରେ ଜଣେ ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିିଥିବା ଅଭିଯୋଗ ହୋଇଛି। ଧାନଓ୍ଵାଦ ଜିଳ୍ଲାର ସଲୁକଚପ୍ରା ଅଞ୍ଚଳରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ଲାଲ ବାବା ଆଶ୍ରମରେ ଭଣ୍ଡ ଭାରୁ ବାବା ଏପରି କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ବାବାଙ୍କ ନାମରେ ମାମଲା ରୁଜ୍ଜୁ କରି ଗିରଫ କରିଛି। ମହିଳାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପାଟଲିପୁତ୍ର ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମହିଳା ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଭାରୁ ବାବାଙ୍କ ପାଖକୁ ନେଇ ଯାଇଥିଲେ। ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ ରୋଗ ଭଲ କରିବା ବାହାନାରେ ଭାରୁ ତାଙ୍କୁ ଏକ ନିରୋଳା ଜାଗାକୁ ନେଇ ତାଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସହ ଯୌନ ସଂପର୍କ ସ୍ଥାପନ କରିଥିଲା।

By amfnews

Related Post