Wed. Nov 6th, 2024

ଚାଷୀ ଆନ୍ଦୋଳନ: ଚକା ଜାମ ପୂର୍ବରୁ ସତର୍କ ନେଇ ମେଟ୍ରୋ ରେଲକୁ ଆଦେଶ ଦେଲା ଦିଲ୍ଲୀ ପୋଲିସ

By amfnews Feb 6, 2021 #Featured
135 Views

ନୂଆଦିଲ୍ଲୀ, ଫେବୃଆରୀ ୦୬ : ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ପରେ ସରକାର ସତର୍କ ହୋଇଯାଇଛନ୍ତି । ଆଜି ଚାଷମାନଙ୍କର ୩ ଘଣ୍ଟିଆ ଚକା ଜାମକୁ ନେଇ ଦିଲ୍ଲୀର ସୀମା ଓ ସଂବେଦନଶୀଳ ସ୍ଥାନରେ ପ୍ରାୟ ୫୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନକୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରେଳ ପରିଚାଳନା କରିବା ପାଇଁ ଚିଠି ଲେଖ ଆଦେଶ ଦେଇଛି । 

ଡିସିପି ନିଜର ଚିଠିରେ କହିଛନ୍ତି ଯେ, ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ନଜର ରଖାଯାଉ । ଭିଡ଼ ହ୍ରାସ କରିବା ପାଇଁ ୧୨ଟି ମେଟ୍ରୋ ଷ୍ଟେସନକୁ ଯେକୌଣସି ସମୟରେ ବନ୍ଦ କରାଯାଇପାରେ । ଏହି ନୋଟିସ ମିଳିବା ପରେ ଟେଟ୍ରୋ କର୍ମଚାରୀ ସତର୍କ ହୋଇଯାଇଛନ୍ତି । ସର୍ଟ ନୋଟିସ ଆଧାରରେ ୧୨ଟି ଷ୍ଟେସନକୁ ବନ୍ଦ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଲର୍ଟ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଯେ, ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମେଟ୍ରୋ ଷ୍ଟେସନରୁ ବାହାରିବାକୁ ପଡ଼ିବ । 

ଚିଠି ଅନୁସାରେ ଦିଲ୍ଲୀ ପୋଲିସ ରାଜୀବ ଛକ, ପଟେଲ ଛକ, କେନ୍ଦ୍ରୀୟ ସଚିବାଳୟ, ଉଦ୍ୟୋଗ ଭବନ, ଲୋକ କଲ୍ୟାଣ ମାର୍ଗ, ଜନପଥ, ମଣ୍ଡି ହାଉସ, ଆରକେ ଆଶ୍ରମ, ସୁପ୍ରିମକୋର୍ଟ, ଖାନ ମାର୍କେଟ ଓ ଶିବଜୀ ଷ୍ଟାଡିୟମ  ସଂପର୍କରେ ଚିଠି ଜାରି କରିଛନ୍ତି । ଏହି ସବୁ ଅଂଚଳ ନୂଆଦିଲ୍ଲୀ ପରିସୀମା ଭିତରେ ଆସିଥାଏ । ଚକା ଜାମ ସମୟରେ ହିଂସା ବ୍ୟାପିବା ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ଡିସିପି ଏହି ନିଷ୍ପତ୍ତି ନେଇଛନ୍ତି । 

By amfnews

Related Post