Mon. Mar 9th, 2026

ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ୍‌, ଫାଟିଗଲା

181 Views

ପାରାଦୀପ : ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ମୋବାଇଲ୍‌ ଫୋନ୍‌ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି।  ପାରାଦୀପ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା  ଜଗନ୍ନାଥ ମନ୍ଦିରରେ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।  ତେବେ ଗତକାଲି ଫୋନ୍‌କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ସେ ଶୋଇ ପଡ଼ିଥିଲେ। ହଠାତ୍‌ ବିଳମ୍ବିତ ରାତିରେ ମୋବାଇଲ୍‌ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ଆଉ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।  ବିସ୍ଫୋରଣ ସମୟରେ ମୋବାଇଲ୍‌ ଚାର୍ଜରେ ବସିଥିଲା ଓ ଓଭର୍‌ ଚାର୍ଜିଂ ଯୋଗୁ ଏଭଳି ଘଟିଥିବା କୁହାଯାଉଛି।

By amfnews

Related Post