Sun. Mar 8th, 2026

ଚାନ୍ଦା ମାଗିଲେ; ନ ଦେବାରୁ ନିସ୍ତୁକ ପିଟିଲେ

193 Views

ଜଳେଶ୍ୱର  :   ନିଜକୁ ଏମ୍‌ଭିଆଇ ଅଧିକାରୀ ବୋଲି ପରିଚୟ ଦେଇ କେତେଜଣ ଯୁବକ ଏକ ବସ୍‌ ଡ୍ରାଇଭର ଓ ଯାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଲୋକନାଥ ଟୋଲଗେଟ୍ ନିକଟରେ ଏହି ଘଟଣା ଘଟିଛି।ଯୁବକଙ୍କ ମାଡ଼ରେ ୨ ଜଣ ମହିଳା ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିହାରରୁ କିଛି ତୀର୍ଥଯାତ୍ରୀ ପୁରୀ ଅଭିମୁଖେ ଯାଉଥିଲେ। ଆଜି ଲୋକନାଥ ଟୋଲଗେଟ୍ ନିକଟରେ ତୀର୍ଥଯାତ୍ରୀଙ୍କ ବସ୍‌କୁ କେତେଜଣ ଜଣ ଯୁବକ ଅଟକାଇଥିଲେ। ସେମାନେ ନିଜକୁ ଏମ୍‌ଭିଆଇ ଅଧିକାରୀ କହି ଚେକିଂ କରିବା ଆଳରେ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେବାରୁ ବସ୍‌ର ଡ୍ରାଇଭରଙ୍କୁ ସେମାନେ ମାଡ଼ ମାରିଥିଲେ। କିଛି ଯାତ୍ରୀ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ପିଟିଥିଲେ। ସେମାନଙ୍କଠାରୁ ସୁନା ଗହଣା ମଧ୍ୟ ଲୁଟି ନେଇ ଯାଇଥିବା ଅଭିଯୋଗ ହୋଇଛି। ଚାନ୍ଦା ଆଦାୟ ଅଭିଯୋଗରେ  ଉକ୍ତ ଯୁବକମାନଙ୍କ ମଧ୍ୟରୁ ୫ ଜଣ ଯୁବକଙ୍କୁ  ଅଟକ ରଖିଛି ପୁଲିସ। ଟୋଲଗେଟ୍ ପାଖରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

By amfnews

Related Post