Tue. Apr 15th, 2025

ଚାକିରିରୁ ଫେରିବା ପରେ ପତ୍ନୀ ଅନ୍ୟ ପୁରୁଷ ସହିତ ଫେରାର ହୋଇଯାଇଥିବା ଜାଣିବା ପରେ ସ୍ୱାମୀ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲା

By amfnews Oct 16, 2018 #Featured
177 Views

ମୁମ୍ବାଇ: ତେଲେଙ୍ଗାନାରେ ପୁଲିସ ଜଣେ ଏମିତି ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏକି ପତ୍ନୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୩୮ ବର୍ଷୀୟ ଜକ୍କୁଲା ବାବୁଙ୍କୁ ପୁଲିସର ରାଜାନ୍ନା ସିରସିଲ୍ଲା ଜିଲ୍ଲାରୁ ଗିରଫ କରିଛି। ବାବୁ ଚଳିତ ମାସରେ ଦୁବାଇରୁ ଫେରିଥିଲା। ଶୁଣିବାକୁ ମିଳିଛି ପତ୍ନୀ ଜକ୍କୁଲା ବାବୁଠାରୁ ସମସ୍ତ ଅର୍ଥ ନେଇ ଅନ୍ୟ ଜଣେ ପୁରୁଷ ସହିତ ଘରୁ ଫେରାର ହୋଇ ଯାଇଥିଲା। ତେବେ ଏଥିରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ବାବୁ ନକ୍ସଲ ସଙ୍ଗଠନରେ ସାମିଲ ହେବା ପାଇଁ ସ୍ଥିର କରିଥିଲା।

ଜିଲ୍ଲା ଏସ୍‌ପି ରାହୁଲ ହେଗଡେଙ୍କ କହିବାନୁସାରେ, ଜକ୍କୁଲା ବାବୁ ସିପିଆଇଏମଏଲ ଜନଶକ୍ତି ପାର୍ଟରେ ଜିଲ୍ଲା ସମିତି ସଚିବ ପଦରେ ଥିଲା ଓ ଦୁବାଇରେ କନ୍‌ଷ୍ଟ୍ରକ୍‌ସନ୍‌ ଓ୍ଵାର୍କର ଥିଲା। ସେ ଦୁବାଇରେ କାମ କରି ଯେତିକି ଅର୍ଥ ରୋଜଗାର କରିଥାଏ, ସମସ୍ତ ଅର୍ଥକୁ ତାର ପତ୍ନୀ ପାଖକୁ ପଠାଇ ଥାଏ। ଯେତେବେଳେ ସେ ଦୁବାଇରୁ ଘରକୁ ଫେରିଥିଲା ଜାଣିବାକୁ ପାଇଥିଲା କି ପତ୍ନୀ ତା’ଠାର ସମସ୍ତ ଟଙ୍କା ନେଇ ଅନ୍ୟ ଜଣେ ପୁରୁଷ ସହିତ ଫେରାର ହୋଇଯାଇଛି। ବାବୁର ପାଦ ତଳକୁ ମାଟି ଖସି ଯାଇଥିଲା। ଏହାପରେ ସେ ପ୍ରତିଶୋଧ ନେବା ପାଇଁ ନକ୍ସଲ ସଙ୍ଗଠନରେ ସାମିଲ ହୋଇ ଯାଇଥିଲା।

ପୁଲିସ ଅକ୍ଟୋବର ୬ରେ ଜକ୍କୁଲାକୁ ଗିରଫ କରିଥିଲା। ତା’ ପାଖରେ ଆମେରିକା ନିର୍ମିତ ମୁଜର ବନ୍ଧୁକ ଓ ୧୫ଟି ଗୋଳା ବାରୁଦ ଓ ୪୪,୬୦୦ ନଗଦ ଟଙ୍କା ପୁଲିସ ଜବତ କରିଛି। ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଜକ୍କୁଲା ନାମରେ ୨୦୦୧ରୁ ନେଇ ୨୦୦୮ ଭିତରେ ବିଭିନ୍ନ ଅପରାଧୀକ ମାମଲା ରୁଜୁ ହୋଇଛି। ଆଗାମୀ ନିର୍ବାଚନ ପୂର୍ବରୁ ସେ ରାଜ୍ୟରେ ହିଂସା ସୃଷ୍ଟି କରିବା ଯୋଜନା ରଖିଥିଲା।

By amfnews

Related Post