Sun. Mar 8th, 2026

ଚଳୁ କରିଦେଲେ ୨୩ ଲକ୍ଷ, ସରପଞ୍ଚ ଅଟକ

200 Views

କେନ୍ଦୁଝର : ଉନ୍ନୟନ କାମ ପାଇଁ ଆସିଥିଲା ଅର୍ଥ। ହେଲେ ତାହାକୁ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ନ କରି ନିଜେ ଚଳୁ କରିଦେଲେ। ଏପରି ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ପଞ୍ଚାୟତର ସରପଞ୍ଚଙ୍କୁ ଅଟକ ରଖିଛି ପୁଲିସ୍‌। ତାଙ୍କ ନାମରେ ହୋଇଛି ୨୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏଥିରେ ସଂପୃକ୍ତ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଫେରାର ହୋଇ ଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷରେ  ଉନ୍ନୟନ କାର୍ଯ୍ୟ ପାଇଁ ପିପିଳିଆ ପଞ୍ଚାୟତକୁ ୨୩ ଲକ୍ଷ ଟଙ୍କା ଆସିଥିଲା। ତେବେ କୌଣସି ଉନ୍ନୟନ କାର୍ଯ୍ୟ ନ କରି ସରପଞ୍ଚ ଉପେନ୍ଦ୍ର ନାୟକ ଓ ପିଇଓ ଏହି ଟଙ୍କା ହଡ଼ପ କରି ନେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ  ଏନେଇ ଘଟଗାଁ ବିଡିଓ, ଥାନାରେ ଏତଲା  ଦେଇଥିଲେ । ପରେ ପୁଲିସ୍‌  ସରପଞ୍ଚ ଉପେନ୍ଦ୍ରଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚଳାଇଛି । ତେବେ ଦୁର୍ନୀତିରେ ସଂପୃକ୍ତ ଅନ୍ୟତମ ଅଭିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଫେରାର  ହୋଇଯାଇଛନ୍ତି।

By amfnews

Related Post