308 Views
ଓଡିଶାବାସୀ ତଥା ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ବର୍ଷାଋତୁରେ ୯୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ନିଅଂଟିଆ ବର୍ଷାର ଆଶଙ୍କା କମ୍ ଥିବା ମଧ୍ୟ ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ତେବେ ମେ ମାସ ଶେଷ ଓ ଜୁନ ମାସ ଆରମ୍ଭରେ ମୌସୁମୀ କେରଳ ଛୁଇଁବାର ଆକଳନ କରାଯାଇଛି । ୨୦୧୮ ମସିହା ବର୍ଷାଋତୁରେ ବର୍ଷାର ହାର ୯୬ ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବା ନେଇ ମଧ୍ୟ ପୂବାନୁମାନ କରିଛି ବିଭାଗ। ଯାହାକୁ ନେଇ ଚାଷୀକୂଳ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଅଧିକ ବର୍ଷା ହେବା ଫଳରେ ସଂଭାବ୍ୟ ମରୁଡି ଆଶଙ୍କା ଟଳି ଯାଇଛି । ବର୍ଷା ପ୍ରଭାବରେ ଧାନ ତଥା ଅନ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍ପଷ୍ଟ ଜଣା ପଡୁଛି ।