Sat. Mar 7th, 2026

ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୧.୨୫ ଲକ୍ଷ ଗଭୀର କୂଅ ଖୋଳିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

156 Views

ଭୁବନେଶ୍ବର : ଏଣିକି ଜଳ ସେଚନ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସବୁ ଜିଲ୍ଲାରେ ଗଭୀର କୂଅ ଖୋଳାଯିବ। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୧ ଲକ୍ଷ ୨୫ ହଜାର କୂଅ ଖୋଳିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଟାର୍ଗେଟ୍ ପ୍ରଦାନ କରାଯାଇଛି। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ବ୍ଲକ୍ ଵାରି ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଚାଷୀମାନଙ୍କର ଜମି ଥିବ ସେମାନଙ୍କ ଜମିରେ ଏହି କୂଅ ଖନନ କରାଯିବ। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୪ ହଜାର ୭୦୦ କୂଅ ଖନନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ୧୨ ହଜାର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୧ ହଜାର ଗଭୀର କୂଅ ଖୋଳାଯିବ।

ରାଜ୍ୟର ସବୁ ବ୍ଲକ୍‌ରେ ୩୫% ଜଳସେଚନ କରିବାକୁ ସରକାର ଅତୀତରେ ଘୋଷଣା କରିଥିଲେ। ଜଳ ସେଚନ ପାଇଁ ପାଣିପଞ୍ଚାୟତ ଯୋଜନା ବି କାର୍ଯ୍ୟକାରୀ ହେଲା। ତଥାପି ସବୁ ବ୍ଲକରେ ୩୫% ଜଳସେଚନ ସୁବିଧା ପହଞ୍ଚିପାରିନି।

By amfnews

Related Post