Sun. Jun 8th, 2025
264 Views

ନୂଆଦିଲ୍ଲୀ: ଚଳିତ ୨୦୨୦ର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ ତାରିଖରେ ସଂଘଟିତ ହୋଇଥିଲା। ସେହିପରି ଦ୍ବିିତୀୟ ଚନ୍ଦ୍ର ଗ୍ରହଣ ହୋଇଥିଲା ଜୁନ୍‌ ୫-୬ ତାରିଖରେ। ଏବର୍ଷର ତୃତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ୫ ତାରିଖରେ ବୋଲି ସୂଚନା ରହିଛି।

ଚଳିତବର୍ଷ ଜୁନ୍ ୨୧ ତାରିଖରେ ସୂର୍ଯ୍ୟୋପରାଗ ଲାଗିଥିଲା। ତେବେ, ଏହି ଚନ୍ଦ୍ର ଗ୍ରହଣ ସମୟରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଫ୍ରିକାରେ ଚନ୍ଦ୍ର ଅନ୍ୟ ଦିନ ଅପେକ୍ଷା ସାମାନ୍ୟ କଳା ଦିଶିବ।

ଭାରତ ସମେତ ଦକ୍ଷିଣ ଓ ପଶ୍ଚିମ ୟୁରୋପ, ଅଫ୍ରିକାର କିଛି ଅଞ୍ଚଳ, ଉତ୍ତର ଓ ଦକ୍ଷିଣ ଆମେରିକାର କିଛି ଅଞ୍ଚଳ, ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତ ମହାସାଗର, ଆର୍ଟାକ୍‌ଟିକା ମହାସାଗରର କିଛି ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ।

The Financial Express

ତେବେ, ଏହି ଚନ୍ଦ୍ର ଗ୍ରହଣ ଜୁଲାଇ ୫ ତାରିଖ ୦୩:୦୭:୨୩ରୁ ଆରମ୍ଭ ହୋଇ ୦୮:୩୭:୨୩ରେ ଶେଷ ହେବ। ସବୁଦାୟ ୨ ଘଣ୍ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହି ଚନ୍ଦ୍ର ଗ୍ରହଣ ଲାଗି ରହିବ।

ସାଧାରଣ ଭାବେ ତିନି ପ୍ରକାରର ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମିଳିଥାଏ। ସେଗୁଡ଼ିକ ହେଲା ସଂପୂର୍ଣ୍ଣ, ଆଂଶିକ ଓ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ। ତେବେ, ଏଥର ଦେଖିବାକୁ ମିଳିବ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ। ଏହି ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ବିଶ୍ୱର ଅନ୍ୟ ରାଷ୍ଟ୍ର ସମେତ ଭାରତରେ ମଧ୍ୟ ଦୃଷ୍ଟିଗୋଚର ହେବ। ମାତ୍ର ଚଳିତ ଥରର ଚନ୍ଦ୍ର ଗ୍ରହଣ ରାଜଧାନୀ ଦିଲ୍ଲୀରେ ଦିଶିବ ନାହିଁ।

By amfnews

Related Post