Sat. Mar 7th, 2026

ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

382 Views

କଟକ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କର ଆଜି ପରଲୋକ ହୋଇଯାଇଛି। କଟକ ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

‘ସୁନା ହରିଣୀ’, ‘ସୁନା ଚଢ଼େଇ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ। ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ଥିଲେ କେଶବ। ଏହା ସହିତ ସେ ଅନେକ ଟିଭି ସିରିଏଲର ମଧ୍ୟ ପ୍ରଯୋଜକ ଥିଲେ।

ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

By amfnews

Related Post