Tue. Apr 22nd, 2025

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ହତ୍ୟା ଉଦ୍ୟମ

By amfnews Jan 22, 2019 #Featured
277 Views

ବାଙ୍ଗିରିପୋଷି, ଜାନୁଆରୀ ୨୨: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳ ରେ ଗତକାଲିି ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିବା ଜଣେ ସ୍ୱାମୀ ଗଭୀର ନିଦରେ ଶୋଇଥିିବା ପତ୍ନୀଙ୍କୁ ଛୁରି ଭୁଶି ହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାରିପଦାସ୍ଥିତ ପଣ୍ଡତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯଇଚନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଶିରାସାହି ଗ୍ରାମର ଲାଲ ମୋହନ ମୁର୍ମୁ ଗତ କିଛି ଦିନ ହେଲା ତାଙ୍କ ୨୫ ବର୍ଷୀୟ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ତେବେ ଗତ ୨ ଦିନ ତଳେ ପତ୍ନୀ ଦ୍ୱାରାଶୁଣି ମେଳା ବୁଲିବାକୁ ଯାଇଥିିବାବେଳେ ସମ୍ପର୍କୀୟ ଦିଅରଙ୍କ ସହିତ ଫଟୋ ଉଠାଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଲାଲମୋହନ। ଏହାକୁ ନେଇ ନେଇ ସନ୍ଦେହୀ ସ୍ୱାମୀ ଉତ୍‌କ୍ଷିପ୍ତ ହେବା ସହିତ ପତିପତ୍ନୀଙ୍କ ମଧ୍ୟର ପାଟୁତୁଣ୍ଡ ହୋଇଥିଲା। ପତ୍ନୀଙ୍କୁ ମାରିବା ପାଇଁ ଯୋଜନା କରି ସୁଯୋଗ ଅଫେକ୍ଷାରେ ଥିଲେ ଲାଲମୋହନ। ଗତକାଲି ରାତି ପ୍ରାୟ ୩ଟା ବେଳେ ପତ୍ନୀ ଶୋଇଥିବା ବେଳେଲାଲମୋହନ ଉଠି ଏକ ଛୁରିିରେ ତାଙ୍କୁ ଆକ୍ରମଣ କରିଥିଲେ। ପତ୍ନୀଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଉଠିପଡ଼ିବାରୁ ଲାଲ ମୋହନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଗାଁ ଲୋକେ ଏ ନେଇ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ଆମ୍ବୁଲାନ୍ସ ପହଞ୍ଚି ଆହତ ମହିଳାଙ୍କୁ ନେଇ ବାରିପଦାସ୍ଥିତ ପଣ୍ଡି ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି।

By amfnews

Related Post