Sun. Mar 8th, 2026

ଚବିଶ ପ୍ରଗଣାରେ ମନ୍ଦିର ପାଚେରି ଭାଙ୍ଗି ୪ ମୃତ, ଅନେକ ଆହତ

198 Views

କୋଲ୍‌କାତା  : ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କଚୁଆରେ ଗୋଟାଏ ମନ୍ଦିର ପାଚେରି ଭାଙ୍ଗି ପଡ଼ିବାରୁ ଅନ୍ୟୂନ ଚାରିଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ କେତେ ଜଣ ଆହତ ହୋଇଛନ୍ତି।

ଜନ୍ମାଷ୍ଟମୀ ପାଳନ ଅବସରରେ ମନ୍ଦିର ଲୋକନାଥ ବାବା ମନ୍ଦିର ପରିସରରେ ବହୁସଂଖ୍ୟକ ଲୋକ ଗହଳି କରିଥିବା ବେଳେ ଦୁଃଖଦ ଘଟଣାଟି ଘଟିଥିଲା।କିନ୍ତୁ, ମନ୍ଦିର ବେଢ଼ା ହଠାତ୍‌ ଭାଙ୍ଗି ପଡ଼ିବା ପରେ ଲୋକେ ମଡ଼ାଦଳା ହେବାରୁ ଅନ୍ୟୂନ ଚାରିଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ କେତେକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ଡାକ୍ତରଖାନାମାନଙ୍କୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା କୁହାଯାଉଛି।

କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିରବଚ୍ଛିନ୍ନ ବର୍ଷା ଯୋଗୁଁ ମନ୍ଦିରକୁ ଲାଗି ଥିବା ଗୋଟାଏ ଦୋକାନରେ ଆଶ୍ରୟ ନେଇଥିବା ବେଳେ ତା’ର କାନ୍ଥଟି ଭାଙ୍ଗିପଡ଼ିବାରୁ ମଡ଼ାଦଳା ପରିସ୍ଥିତି ହୋଇଥିଲା। ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେସ୍‌ନାଲ୍‌ ମେଡିକାଲ୍‌ କଲେଜକୁ ଯାଇ ଆହତମାନଙ୍କୁ ଭେଟିଥିଲେ। ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା, ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାଙ୍ଘାତିକ ଆହତମାନଙ୍କୁ ୫୦ ଜହାର ଟଙ୍କା ଅନୁକମ୍ପାମୂଳକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସାଙ୍ଘାତିକ ଆହତମାନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌କୁ ଯାଇଛନ୍ତି।

By amfnews

Related Post