Tue. Dec 24th, 2024

ଚନ୍ଦ୍ରଶେଖର କ୍ରୀଡାନୁଷ୍ଠାନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

By amfnews Aug 31, 2018 #Featured
????????????????????????????????????
280 Views

ରାଉରକେଲା, ୩୧ା୮ : ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଚନ୍ଦ୍ରଶେଖର କ୍ରିଡାନୁଷ୍ଠାନ ପକ୍ଷରୁ କିମ୍ବଦନ୍ତୀ ଖେଳାଳୀ ସ୍ୱର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଛି । ଉତ୍ସବରେ ସୁନ୍ଦରଗଡ ଜିଲା ସ୍ୱତନ୍ତ୍ର ଉନ୍ନୟନ କାଉନସିଲ ଅଧ୍ୟକ୍ଷ ସନ୍ତୋଷ ଅମାତ, ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ବିଶିଷ୍ଠ ଖେଳାଳୀ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ସୁନୀଲ ପାତ୍ର, ଶ୍ରମିକନେତା ବିଷ୍ଣୁ ମହାନ୍ତି, ଆର୍ଏସ୍ପି କ୍ରୀଡା ବିଭାଗ ଡିଜିଏମ୍ ଏସ୍.କେ. ରାୟ, ହିରାଲାଲ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଧ୍ୟାନଚାନ୍ଦଙ୍କ ସ୍ମୃତିରେ ପୁଷ୍ପାର୍ଘ୍ୟ ପ୍ରଦାନ ସହ ତାଙ୍କ ସ୍ମୃତିଚାରଣ କରିଥିଲେ ।

ପୂର୍ବତନ ଖେଳାଳୀ ସ୍ୱର୍ଗତ ପି.କେ. ମଲ୍ଲିକ, ସ୍ୱର୍ଗତ ବଂଶୀଧର ଦାଶ, ସ୍ୱର୍ଗତ ରାଜକୁମାରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶାରୀରିକ ଶିକ୍ଷକ ପଦ୍ମନାଭ ମହାପାତ୍ର, ଜୟ ଚନ୍ଦ୍ର ପ୍ରଧାନଙ୍କୁ ଚନ୍ଦ୍ରଶେଖର ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲେ । ଏଥିସହ ସେକ୍ଟର-୬ ଏନ୍ଏସି ଏସ୍ଟି ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ମୁଦୁଲିଙ୍କୁ ଉତ୍ତମ ଖେଳାଳୀ ସ୍ୱର୍ଗତ ଜେ.ଆର୍. ଦାଶ (ଜଲି) ଓ ସ୍ୱର୍ଗତ ଅଜୟ ପଟ୍ଟନାୟକ (ନିନା) ସ୍ମାରକୀ କ୍ରୀଡା ପୁରସ୍କାର ବିଶିଷ୍ଟ ରେଫରୀ ପ୍ରଶାନ୍ତ ପାଲଙ୍କ ଅନୁପସ୍ଥିତିରେ ତାଙ୍କ ଭାଇ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଜାତୀୟ ଫୁଟବଲ ଖେଳାଳୀ ଅରପନ ଲାକ୍ରା ଏବଂ ଅରବିନ ଲାକ୍ରାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିାଲ ।

ପୂର୍ବତନ ବରିଷ୍ଠ ଖେଳାଳୀ କରତିକ ରକ୍ଷା, ହୃଷିକେଶ ବେହେରା, ଦେବଦତ୍ତ ମିଶ୍ର, ବିଜୟ ଚନ୍ଦ୍ର ସେଠୀ, ବିରେନ ମହନ୍ତ, ବିରେନ୍ଦ୍ର ସିଂ, ଇନ୍ଦ୍ରମଣି ଜେନା ଓ ଶରତ ଚନ୍ଦ୍ର ଦାଶଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଦୁଲାଲ ଘୋଷ ସ୍ମାରକୀ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମସଲମ୍ୟାନ ତରଫରୁ ଅଶୋକ ମାଇତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜିତେନ୍ଦ୍ର ଗୁପ୍ତା, ସୁଶୀଲ ପ୍ରଧାନ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଥିଲେ । ପ୍ରଥମ ୧୦ ଜଣ ବିଜେତାଙ୍କୁ ଆର୍ôଥକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

ଦୃଷ୍ଟିହୀନ ବର୍ଗରେ ଦିବ୍ୟସୁନ୍ଦର ପରିଡା, ସିଙ୍ଘାଣି କଳାନିକେତନ ଓ ମନୋଜ ଏବଂ ଇଣ୍ଡିଆନ ଆଇଡଲର ମନୋରମା ସୁନା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ବିଶିଷ୍ଟ ଆଥଲେଟ୍ ନିଖିଳ କଳାକାର ପ୍ରଧାନ ଉତ୍ସବର ସଂଯୋଜନା କରିବା ସହ ସତ୍ୟବ୍ରତ ଓଝା ଓ ହରମୋହନ ମଲ୍ଲିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ । ଆର୍ଏସ୍ପି କ୍ରୀଡା ବିଭାଗ ଓ ସମାଜ ମଙ୍ଗଳ ବିଭାଗର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନ ସମ୍ପାଦକ ତଥା ଜାତୀୟ ଖେଳାଳୀ ଦେବଦତ୍ତ ଜେନା ଧନ୍ୟବାଦ ଦେଇଥିଲେ ।

By amfnews

Related Post