185 Views
ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି।
ଭୋର ୩ଟା ୪୨ ମିନିଟ୍ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ଲ୍ୟାଣ୍ଡର ବିକ୍ରମ୍ ଏବେ ଚନ୍ଦ୍ର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି।