Sun. Apr 20th, 2025

ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ୧୫ଜଣଙ୍କ ବିରୋଧରେ ଓ୍ଵାରେଣ୍ଟ୍‌

By amfnews Sep 14, 2018 #Featured
184 Views

ଅମରାବତୀ  : ୨୦୧୦ ଗୋଦାବରୀ ନଦୀ ଆରପାରିରେ ବାବଲି ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ ସମ୍ପୃକ୍ତି ମାମଲାରେ ମହାରାଷ୍ଟ୍ରର ଏକ ଆଞ୍ଚଳିକ ଅଦାଲତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ୧୫ଜଣଙ୍କ ବିରୋଧରେ ଗିରଫ ପର୍‌ଓ୍ଵାନା ଜାରି କରିଛନ୍ତି।

ନାନ୍ଦେଦ୍‌ ଜିଲ୍ଲା ଅନ୍ତର୍ଗତ ଧର୍ମବାଦର ଜୁଡିସିଆଲ୍‌ ଫାଷ୍ଟ୍‍ କ୍ଲାସ୍‌ ମାଜିଷ୍ଟ୍ରେଟ୍‌ ଏନ୍‌ ଆର୍‌ ଗଜଭିୟେ ଉକ୍ତ ଆଦେଶ ଜାରି କରିବା ପରେ ସମସ୍ତ ଦୋଷୀସାବ୍ୟସ୍ତଙ୍କୁ ଗିରଫ କରି ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ଅଦାଲତରେ ହାଜର କରାଇବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

ସେତେବେଳେ ନାଇଡୁ ଓ ଅନ୍ୟମାନେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ବିରୋଧୀ ଦଳରେ ଥିଲେ। ମହାରାଷ୍ଟ୍ର ଅନ୍ତର୍ଗତ ବାବଲି ପ୍ରକଳ୍ପସ୍ଥଳୀରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଗିରଫ ହୋଇ ପୁଣେ ଜେଲ୍‌ରେ ଥିଲେ। ନଦୀ ତଳମୁଣ୍ଡରେ ବାସ କରୁଥିବା ଲୋକମାନଙ୍କୁ ପାଇଁ ଏହି ପ୍ରୋଜେକ୍ଟ ସମସ୍ୟା ସୃଷ୍ଟି କରିବ ବୋଲି ସେମାନଙ୍କର ଆଶଙ୍କା ଥିଲା।

ଜାମିନ୍‌ ପାଇଁ ଆବେଦନ କରି ନ ଥିଲେ ମଧ୍ୟ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ନାଇଡୁଙ୍କ ଛଡ଼ା ରାଜ୍ୟ ଜଳସମ୍ବଳ ମନ୍ତ୍ରୀ ଦେବୀନେନି ଉମାମହେଶ୍ୱର ରାଓ ଏବଂ ସମାଜିକ କଲ୍ୟାଣ ମନ୍ତ୍ରୀ ଏନ୍‌ ଆନନ୍ଦ ବାବୁ, ପୂବ୍ରତନ ବିଧାୟକ ଜି କମଳକର ହେଉଛନ୍ତି ଏଇ ମାମଲାରେ ବୁକ୍‌ ହୋଇଥିବା ଅନ୍ୟାନ୍ୟ ବ୍ୟକ୍ତି।

ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ସେ ସମୟରେ ନାଇଡୁ ଥିଲେ ବିରୋଧୀ ଦଳର ନେତା। ଏତେ ଦିନ ଧରି ଏହି ମାମଲା ପଡ଼ି ରହିଥିଲା।

By amfnews

Related Post