Mon. Mar 9th, 2026

ଚନ୍ଦ୍ରପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ ପରେ ବି ଖଣ୍ଡ ବିଖଣ୍ଡିତ ନହୋଇ ଅକ୍ଷତ ଅବସ୍ଥାରେ ଅଛି ବିକ୍ରମ; ଯୋଗାଯୋଗ ପୁନଃ ସ୍ଥାପନ ଲାଗି ଇସ୍ରୋ ଚଳାଇଛି ନିରନ୍ତର ପ୍ରୟାସ

330 Views

ବେଙ୍ଗାଲୁରୁ: ଏବେ ବି ଆଶା ହରାଇ ନାହିଁ ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)। ଚନ୍ଦ୍ର ପୃଷ୍ଠରେ ‘ହାର୍ଡ ଲାଣ୍ଡିଂ’ କରିବା ପରେ ଯୋଗାଯୋଗ ବ୍ୟବସ୍ଥା ଛିନ୍ନ ହୋଇ ପଡ଼ିଥିବା ଲାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ପାଇଁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ରବିବାର ମଧ୍ୟରାତ୍ରରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିଲୋମିଟର ଉଚ୍ଚତାରେ ଥାଇ ଯେତେବେଳେ ସୂକ୍ଷ୍ମ ଅବତରଣ ବା ସଫ୍ଟ ଲାଣ୍ଡିଂ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ସେତିକିବେଳେ ବିକ୍ରମରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ ବଦଳରେ ହାର୍ଡ ଲାଣ୍ଡିଂ ବା କ୍ରାସ୍‌ ଲାଣ୍ଡିଂ କରିଥିଲା ଲାଣ୍ଡର ବିକ୍ରମ। ଏହା ପରଠାରୁ ଲାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା।

ତେବେ, ବର୍ତ୍ତମାନ ଚନ୍ଦ୍ର କକ୍ଷପଥରେ ରହି ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରୁଥିବା ଅର୍ବିଟର ଚନ୍ଦ୍ରପୃଷ୍ଠରେ ଲାଣ୍ଡରକୁ ଠାବ କରିବା ସହ ଲାଣ୍ଡରର ଯେଉଁ ଥର୍ମାଲ ଫଟୋଚିତ୍ର ଉତ୍ତୋଳନ କରି ଇସ୍ରୋକୁ ପଠାଇଛି ତାହାକୁ ଦେଖିବା ପରେ ଇସ୍ରୋର ବୈଜ୍ଞାନିକମାନେ ଆଉଥରେ ଆଶାବାଦୀ ହୋଇ ଉଠିଛନ୍ତି। କାରଣ, ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଅଞ୍ଚଳରେ ନିର୍ଦ୍ଧାରିତ ସ୍ଥାନରେ ବିକ୍ରମ ଅବତରଣ କରିପାରି ନଥିଲେ ମଧ୍ୟ ନିର୍ଦ୍ଧାରିତ ସ୍ଥାନର ପାର୍ଶ୍ୱରେ ଅବତରଣ କରିଛି। ଅପରପକ୍ଷରେ ଚନ୍ଦ୍ରପୃଷ୍ଠରେ ହାର୍ଡଲାଣ୍ଡିଂ କରିଥିଲେ ସୁଦ୍ଧା ବିକ୍ରମ ଖଣ୍ଡ ବିଖଣ୍ଡିତ ନହୋଇ ଅକ୍ଷତ ଅବସ୍ଥାରେ ରହିଛି। ତେବେ, ବିକ୍ରମ ସିଧା ନରହି ସାମାନ୍ୟ ଢ଼ଳିକି ରହିଛି।

ANI

@ANI

View image on Twitter
ଏ ଘଟଣା ଦେଖିବା ପରେ ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ନୂଆ ଆଶାର ସଂଚାର ହୋଇଛି। ଚନ୍ଦ୍ରପୃଷ୍ଠରେ ୧୪ ପାଇଁ ବିକ୍ରମ କାର୍ଯ୍ୟକ୍ଷମ ରହିବାକୁ ଥିବାବେଳେ ବିକ୍ରମ ସହ ଆଉଥରେ ଯୋଗାଯୋଗ ବ୍ୟବସ୍ଥାକୁ ସ୍ଥାପନ କରାଯାଇ ପାରିବ ବୋଲି ଇସ୍ରୋର ବୈଜ୍ଞାନିକମାନେ ଦୃଢ଼ ଆଶାବାଦୀ ଅଛନ୍ତି।

By amfnews

Related Post