164 Views
ମୁମ୍ବାଇ, ଜାନୁଆରୀ ୧୯ : ବମ୍ବେ ଉଚ୍ଚ ନ୍ୟାୟାଳୟ ଜଣେ ମହିଳାଙ୍କ ଅଭିଯୋଗରେ ୪୭ ବର୍ଷୀୟ ପୁରୁଷଙ୍କୁ ତାଙ୍କର ଚତୁର୍ଥ ପତ୍ନୀଙ୍କୁ ଭେଟିବାରୁ ବାରଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ପୀଡ଼ିତା ମହିଳାଙ୍କ ଅନୁଯାୟୀ ଅଭିଯୁକ୍ତ ତାଙ୍କୁ ମିଛ କହି ବାହା ହୋଇଥିଲେ। ଶ୍ୱଶୂର ଘର ଲୋକେ ତାଙ୍କୁ ଦୁଇ ମାସର ଶିଶୁକୁ ଦେବାକୁ ବି ଦାବି କରୁଛନ୍ତି।
୨୨ ବର୍ଷୀୟା ଏହି ମହିଳା ଜଣାଇଛନ୍ତି ଯେ ସ୍ୱାମୀ ଏକ ଜାଲିଆତି ମାମଲାରେ ଗିରଫ ହୋଇ ଦୁବାଇରେ ଜେଲ୍ରେ ଅଛନ୍ତି। ବାହାଘର ଆଗରୁ ସ୍ୱାମୀ ତାଙ୍କୁ ଲୁଚାଇ ରଖିଥିଲେ ଯେ ସେ ତିନି ଥର ବାହା ହୋଇଥିଲେ। ଏହି ଅଭିଯୋଗ ଘରୋଇ ହିଂସାରେ ମହିଳାଙ୍କୁ ସଂରକ୍ଷଣ(ଡିବି) ଆଇନ୍,୨୦୦୫ ଅନୁଯାୟୀ ରୁଜ୍ଜୁ କରାଯାଇଥିଲା।