Wed. Mar 11th, 2026

ଘର ସହିତ ଜିଅନ୍ତା ଜଳିଗଲେ ଯୁବକ

235 Views

ବୀରମହାରାଜପୁର, ଜାନୁଆରୀ ୨୩ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲିି ରାତିରେ ଖାଇ ପିଇ ଶୋଇଥିବା ଜଣେ ୩୦ ବର୍ଷୀୟ ଯୁବକଙ୍କ ଘରେ ନିଆଁ ଲାଗିଯିବାରୁ ସେ ପଦାକୁ ବାହାରି ପାରି ନ ଥିଲେ। ଫଳରେ ଘର ସହିତ ଯୁବକ ଜଣକ ଜୀବନ୍ତ ଜଳିଯାଇଛନ୍ତି। ଖବର ପାଇ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଏହି ଦୁଃଖଦ ଘଟଣା ଘଟି ସାରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଘିଚାପାଲି ଗାଁରେ ଗତକାଲି ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ଗ୍ରାମର ରଞ୍ଜନ ବିଭାର(୩୦ ବର୍ଷ) ନାମକ ଜଣେ ଯୁବକ ଘର ଭିତରେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘରେ ଆକସ୍ମିିକ ନିଆଁ ଲାଗି ଯାଇଥିଲା। ଫଳରେ ଜଳୁଥିବା ଘର ଭିତରୁ ପଦାକୁ ବାହାରି ପାରି ନ ଥଲେ ରଞ୍ଜନ। ଖବରପାଇ ବୀରମହାରଜପୁରରୁ ଦମକଳ ଆସି ନିଆଁକୁ ଲିଭଇବା ପରେ ଘର ଭିତରେ ରଞ୍ଜନ ଜିଅନ୍ତା ଜଳି ଯାଇଥିିବା ଦେଖିବାକୁ ମିଳିଥିଲା।ଏହାକୁ ନେଇ ଗର୍ଶରେ ଶୋକାରକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

By amfnews

Related Post