Wed. Apr 30th, 2025

ଘର ମାଲିକଙ୍କୁ ଛାତରୁ ଠେଲି ଦେଲେ ଭଡ଼ାଟିଆ: ମାଲିକ ମୃତ, ଭଡ଼ାଟିଆ ଅଟକ

By amfnews Jan 6, 2020 #Featured
122 Views

ପୁରୀ : ପୁରୀ ଟାଉନ୍‌ ଥାନା ଅଞ୍ଚଳର ପଥୁରିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଭଡ଼ାଟିଆ ତାଙ୍କ ଘର ମାଲିକଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିବାରୁ ଘର ମାଲିକଙ୍କ ମୃତ୍ୟୁ ଘଟିଛି। ତେବେ ଘର ଭଡ଼ା ବିବାଦ କାରଣରୁ ଭଡ଼ାଟିଆ ମାଲିକଙ୍କୁ ହତ୍ୟା କରିଥିବା‌ ନେଇ ପୁରୀ ଟାଉନଥାନାରେ ଅଭିଯୋଗ ହୋଇଛି। ଭଡ଼ାଟିଆଙ୍କୁ ଗିରଫ ଦାବିରେ ସାହି ବାସିନ୍ଦା‌ ଟାଉନ ଥାନା ଘେରାଉ କରିଛନ୍ତି। ପୁଲିସ ଅଭିଯୁକ୍ତ ଭଡ଼ାଟିଆଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପ୍ରକାଶ ଯେ, ଆଜି ଅପରାହ୍ନରେ ପଥରୁଆସାହିରେ ରହୁଥିବା ଘର ମାଲିକ ନରେନ୍ଦ୍ର ମହାରଣା(୬୫)ଙ୍କୁ ତାଙ୍କ ଘରେ ଭଡ଼ା ରହୁଥିବା‌ ବେଣୁଧର ସାହୁ ଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ଯୁକ୍ତିତର୍କ ‌ହୋଇଥିଲା। ପରେ ଭଡ଼ାଟିଆ ବେଣୁଧର ରାଗରେ ମାଲିକ ଶ୍ରୀ ମହାରଣାଙ୍କୁ ଛାତରୁ ପେଲି ଦେଇଥିଲେ। ଶ୍ରୀ ମହାରଣା ଚିତ୍କାର କରି ଛାତ ତଳକୁ ଖସି ପଡ଼ିଥିଲେ। ପଡ଼ୋଶୀ ଘର ଲୋକେ ଶ୍ରୀ ମହାରଣାଙ୍କୁ ଅଗଣାରେ ପଡ଼ିଥିବା ଦେଖିଥିଲେ। ପ‌ରେ ସାହି ଲୋକ ତୁରନ୍ତ ତାଙ୍କୁ ପୁରୀ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପଡ଼ୋଶୀ ଲୋକଙ୍କ କହିବ‌ା କଥା, ଭଡ଼ାଟିଆ ବେଣୁଧର ଓ ତାଙ୍କ ପତ୍ନୀ ସ୍ବର୍ଗତ ମହା‌ରଣାଙ୍କ ଘରେ ପ୍ରାୟ ତିନି ବର୍ଷ ହେବ ରହି ଆସୁଛନ୍ତି। ଘର ମାଲିକଙ୍କ ସହିତ ଘରଭଡ଼ାକୁ ନେଇ ବେଣୁଧରଙ୍କର ସବୁବେଳେ ପାଟିତୁଣ୍ଡ ହୁଏ। ବରିଷ୍ଠ ନାଗରିକ ଶ୍ରୀ ମହାରଣାଙ୍କୁ ତିନି ବର୍ଷ ହେବ ସେ ଭଡ଼ା ଦେଇନଥିବାରୁ ଅନେକ ଥର ପାଟିତୁଣ୍ଡ ହୋଇଛି। ଶେଷରେ ଆଜି ମାଲିକଙ୍କୁ ବେଣୁଧର ଛାତରୁ ଠେଲି ଦେଇଥିଲେ।ଏ ସମ୍ପର୍କରେ ମୃତ ଶ୍ରୀ ମହାରଣାଙ୍କ ସମ୍ପର୍କୀୟ ଅଶୋକ ମହାପାତ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

By amfnews

Related Post