Sun. Mar 8th, 2026

ଘର ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍‌, ୩ ମୃତ

248 Views

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଭେଜାପୁଟ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଏକ ଘର ଉପରେ ବାଲି ବୋଝେଇ ଟ୍ରକ୍‌ ମାଡ଼ି ଯିବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ୮ ବର୍ଷର ଝିଅ।death

ପରିବାରର ଆଉ ଜଣେ ସଦସ୍ୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ସେ ଆହତ ହୋଇଛନ୍ତି।  ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।accident

ଅନ୍ୟପକ୍ଷରେ ଘର ଉପରେ ମାଡ଼ି ଯିବା ପରେ ଟ୍ରକ୍‌ଟି ଓଲଟି ପଡ଼ିଛି। ତେବେ କେମିତି ଏ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି।road-block

ଟ୍ରକ୍‌ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଟ୍ରକ୍‌ଟି ସିମିଳିଗୁଡ଼ାରୁ ଦାମନଯୋଡ଼ି ଯାଉଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ମାଥନପୁଟ ଅଞ୍ଚଳର ବୋଲି ସୂଚନା ମିଳିଛି। ସୁନାବେଡ଼ା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post