132 Views
ଇଟାହ୍: ଠିକ୍ ସମୟରେ ଘରେ ନ ପହଞ୍ଚିବା କାରଣରୁ ଜଣେ ମହିଳାଙ୍କୁ ତାଙ୍କର ସ୍ୱାମୀ ଫୋନ୍ ଯୋଗେ ତିନ୍ ତଲାକ୍ ଦେଇଛନ୍ତି।
ପୀଡ଼ିତା କହନ୍ତି: ଅଧଘଣ୍ଟା ମଧ୍ୟରେ ଘରକୁ ଫେରି ଆସିବେ ବୋଲି ସେ ସ୍ୱାମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନ ଆସି ପାରିବାରୁ ତଲାକ୍ର ସମ୍ମୁଖୀନ ହେଲେ। ଅସୁସ୍ଥ ଜେଜିମାଆଙ୍କୁ ଦେଖିବାକୁ ମୁଁ ବାପଘରକୁ ଯାଇଥିଲି। ଅଧଘଣ୍ଟା ଭିତରେ ଫେରି ଆସିବାକୁ ସ୍ୱାମୀ ମତେ କହିଥିଲେ। ମୋର ୧୦ ମିନିଟ ଡେରି ହୋଇଗଲା। ତା’ପରେ ସେ ମୋ ଭାଇଙ୍କ ଫୋନ୍ରେ ମୋ ପାଖକୁ ଫୋନ୍ କରି ତିନି ଥର ତଲାକ୍ ବୋଲି କହିଲେ। ଏ ଭଳି ପଦକ୍ଷେପ ଯୋଗୁଁ ମୁଁ ପୂରା ଭାଙ୍ଗି ପଡ଼ିଛି।
ଏ ମାମଲାରେ ପୀଡ଼ିତା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସେ କହିଛନ୍ତି: ଏବେ ମୋତେ ନ୍ୟାୟ ଦେବା ସରକାରଙ୍କ ଦାୟିତ୍ୱ, ନଚେତ ମୁଁ ଆତ୍ମହତ୍ୟା କରିବି।
ଇଟାହ୍ ଅନ୍ତର୍ଗତ ଅଲିଗଞ୍ଜର ଏରିଆ ଅଫିସର୍ ଅଜୟ ଭଦାୟୁର୍ଯ୍ୟ କହନ୍ତି ଯେ ସେମାନେ ଏ ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଏବଂ ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।