Sun. Mar 8th, 2026
186 Views

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଟିଟିପିଏସ୍‌ର ଆସ୍‌ ପାଇପ୍‌ ଜଗନ୍ନାଥପୁର ଗାଁ ନିକଟରେ ଫାଟିଯାଇଛି। ଫଳରେ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ବାସିନ୍ଦା ଅରୁଣ ସାହୁ କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି ଆସି ମୋ ଧାନ ମିଲ୍ ଭିତରେ ପଶିଯାଇଛି। ଏଥିଯୋଗୁ ମିଲ୍‌ରେ ଥିବା ଧାନ ନଷ୍ଟ ହୋଇଛି। ଦୁଇ ବର୍ଷ ତଳେ ଏଭଳି ପାଉଁଶ ପାଣି ଚାରି ଆଡେ ବ୍ୟାପୀ ଯାଇଥିଲା। ତେଣୁ ସ୍ଥାନୀୟ ବିଧାୟକଙ୍କ ତରଫରୁ ସାମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ବାରମ୍ୱାର ଏଭଳି ଘଟଣା ଘଟୁଛି।

ଲୋକମାନେ ଶୋଇଥିବେ ପାଉଁଶ ପାଣିରେ ଭାସିଗଲେ ସେଥିପାଇଁ ଦାୟୀ କିଏ ହେବ? ସେଥିପାଇଁ ପ୍ରଶାସନ କାହିଁକି ନଜର ଦେଉନି? ପାଇପ ଲାଇନ୍ ଉପରେ ନିଆଯାଇଛି । ତାକୁ ଅଣ୍ଡର ଗ୍ରାଉଣ୍ଡ କ’ଣ ପାଇଁ କରାଯାଉନି। କମ୍ପାନୀ ନିଜର ସୁବିଧା ଦେଖୁଛି। ହେଲେ ପବ୍ଲିକ୍‌ର ବେନିଫିଟ୍ ଦେଖୁ ନାହିଁ। ଶେଷରେ ଜନ ଆନ୍ଦୋଳନ କରାଯାଇ ପ୍ଲାଣ୍ଟରେ ତାଲା ପକାଇ ଦିଆଯିବ।”

By amfnews

Related Post