Sun. Mar 8th, 2026

ଘରେ ଦୁଇ ପିଲା ଓ ପୋଷା ଠେକୁଆକୁ ହତ୍ୟା କରିବା ପରେ କୋଠାରୁ ଦୁଇ ପତ୍ନୀଙ୍କ ସହ ଡେଇଁ ଆତ୍ମହତ୍ୟା କଲେ ଯୁବକ

223 Views

ନଏଡା: ଗାଜିଆବାଦ ଅଞ୍ଚଳର ଇନ୍ଦିରାପୁରମ ଅଞ୍ଚଳରେ ମଙ୍ଗଳବାର ସକାଳୁ ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଇନ୍ଦିରାପୁରମ ବୈଭବଖଣ୍ଡ ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ତିନିଜଣ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇଜଣ ମହିଳା ଥିବା ଜଣାପଡ଼ିଛି।

ଏହି ଘଟଣାରେ ଘଟଣାସ୍ଥଳରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ଗୁଲସନ୍‌, ପରବୀନ ଓ ସଞ୍ଜନା ଥିବା ବେଳେ ମୃତ ପିଲାଙ୍କ ନାମ ରିତିକ ଓ ରିତିକା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଏକ ସୁସାଇଡ ନୋଟ ଜବତ କରିଛି ପୁଲିସ। ପୁଲିସର ରିପୋର୍ଟରୁ ପ୍ରକାଶ, କୋଠାରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଘରେ ଶୋଇଥିବା ଦୁଇ ୨ ଝିଅଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ ଘରେ ଥିବା ପୋଷା ଠେକୁଆକୁ ବି ଗଳା ଚିପି ମାରି ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ କ୍ରମେ ଏହା ପାରିବାରିକ ଏବଂ ଆର୍ଥିକ କଳହର ଏହା ପରିଣତି ବୋଲି ସନ୍ଦେହ କରାଯାଉଛି।

 

By amfnews

Related Post