ରାଉରକେଲା, ୨୮ା୧୨ : ସେକ୍ଟର- ୧୪ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ଲୁଟେରା ଦଳ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି । ଘରେ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ଓ ୩୦ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଘର ମାଲିକ ସେକ୍ଟର-୧୫ନଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ, ସେକ୍ଟର-୧୫, ବି/୧୫୬ ଘରେ ରହନ୍ତି ରୁପେଶ ସିଂଦେଓ ଓ ତାଙ୍କ ପରିବାର । ଶ୍ରୀ ସିଂହଦେଓ ଘର ତାଲା ପକାଇ ନିଜ ଗାଁ ଜାମସେଦପୁରକୁ ଯାଇଥିଲେ । ଗାଁରୁ ଫେରି ଶ୍ରୀ ସିଂଦେଓ ଘରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । କେତେକ ଦୁର୍ବୁତ୍ତ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ଆଲମିରା ଭାଙ୍ଗି ନଗଦ ଦେଢ଼ ଲକ୍ଷ ଟଙ୍କା ଓ ସୁନା ମୁଦି, ଚେନ୍, କାନଫୁଲ, ପାଉଁଜି ସମେତ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ୍ କରି ନେଇଯାଇଥିବା ଜାଣିବାକୁ ପାଇଥିଲେ ।
ପରେ ଘର ଭିତରେ ଥିବା ଆଲମିରା ଭଙ୍ଗାଯାଇ ସେଥିରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ମାନ ଲୁଟ୍ ହୋଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଶ୍ରୀ ସିଂହଦେଓ ତୁରନ୍ତ ଏ ନେଇ ସେକ୍ଟର-୧୫ନଂ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଛି ।