286 Views
ବିକାନେର, ଜାନୁଆରୀ ୨୦ : ପିତାମାତାଙ୍କ ଇଚ୍ଛା ବିରୋଧରେ ବିବାହ କରି ବିବାଦର ସମ୍ମୁଖୀନ ହେଉଥିବା ପ୍ରେମିକ-ପ୍ରେମିକାଙ୍କ ନିମନ୍ତେ ରାଜସ୍ଥାନ ପୁଲିସ ‘ଆଶ୍ରୟ ଗୃହ’ ଖୋଲିବ ବୋଲି ଅତିରିକ୍ତ ପୁଲିସ ଡିଜି ଜଙ୍ଗ ଶ୍ରୀନିବାସ ରାଓ କହିଛନ୍ତି।
ସେମାନଙ୍କ ବିବାହକୁ ବିରୋଧ କରୁଥିବା କାହାରି ଠାରୁ ବିପଦ୍ର ଆଶଙ୍କା ଥିଲେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପୁଲିସ ଖୁବ୍ ଶୀଘ୍ର ଏକ ହେଲ୍ପ୍ ଲାଇନ୍ ମଧ୍ୟ ଆରମ୍ଭ କରାଯିବ। ଅଦାଲତଙ୍କ ଆଦେଶ ଅନୁସାରେ, ହେଲ୍ପ୍ଲାଇନ୍ ଆରମ୍ଭ କରିବା ଲାଗି ସବୁ ଜିଲ୍ଲା ମୁଖ୍ୟଙ୍କୁ ପୁଲିସ ହେଡ୍କ୍ୱାଟର୍ସ ନିର୍ଦେଶ ଦେଇଛି।
ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଓ ଥାନାରେ ଦମ୍ପତିମାନଙ୍କୁ ସହାୟତା ଦେବାକୁ ନୋଡାଲ୍ ଅଫିସର୍ ଭାବେ ସବୁଠୁ ବରିଷ୍ଠ ମହିଳା ପୁଲିସ ଅଧିକାରୀ ନିଯୁକ୍ତି ଦେବାକୁ ଏଡିଜି ରାଓ ସମସ୍ତ ପୁଲିସ ରେଞ୍ଜ୍ ଓ ଜିଲ୍ଲାମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି।
ଖବରରୁ ଜଣାପଡ଼ିଛି ଯେ ଡିଜିପି କପିଲ ଗର୍ଗ ଅଦାଲତରେ ପ୍ରସ୍ତାବ ଦେଇ କହିଛନ୍ତି କି ଏଭଳି ଦମ୍ପତିଙ୍କ ନିମନ୍ତେ ଆଶ୍ରୟ ଗୃହ ନିର୍ମାଣ କରିବା ଆବଶ୍ୟକ।