Sat. Nov 2nd, 2024

ଘନେଇଲା ଭିମସାର ବିବାଦ: ଓପିଡି ଓ ଆଇପିଡି ସେବା ବନ୍ଦ କଲେ କନିଷ୍ଠ ଡାକ୍ତର

By amfnews Nov 17, 2018 #Featured
92 Views

ସମ୍ବଲପୁର, ନଭେମ୍ବର ୧୭: ବୁର୍ଲା ଭିମସାର ମେଡ଼ିକାଲ ବିବାଦ ଧିରେ ଧିରେ ଘନେଇବାକୁ ଲାଗିଛି । ନିର୍ଦ୍ଦେଶକଙ୍କୁ ହଟାଇବା ଦାବି ଜୋର ଧରିଛି । ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବଦଳି ଦାବିରେ କନିଷ୍ଠ ଡାକ୍ତରମାନେ ଆଜିଠାରୁ ଓପିଡି ଓ ଆଇପିଡି ସେବା ବନ୍ଦ କରିଛନ୍ତି । ମାତ୍ର ଜରୁରୀକାଳୀନ ସେବା ଜାରି ରହିଛି । ଯଦି ଆଗାମୀ ୪୮ ଘଂଟା ମଧ୍ୟରେ କୌଣସି ନିଷ୍ପତ୍ତି ନିଆ ନ ଯାଏ ତେବେ ଆସନ୍ତା ସୋମବାର ଠାରୁ ସମସ୍ତ ସେବାକୁ ବନ୍ଦ କରି ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି । 

ନିର୍ଦ୍ଦେଶକଙ୍କୁ ୪୮ ଘଂଟା ମଧ୍ୟରେ ପଦରୁ ହଟାଇବାକୁ କନିଷ୍ଠ ଡାକ୍ତର ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚରମପତ୍ର ପ୍ରଦାନ କରିଥିଲା । ଏହି କଂଟ ଆଜି ସକାଳେ ପୂରଣ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ସେଥିପାଇଁ ଆଜିଠାରୁ କନିଷ୍ଠ ଡାକ୍ତରମାନେ ଓପିଡି ଓ ଆଇପିଡି ସେବା ବନ୍ଦ କରିଛନ୍ତି । ଆଗାମୀ ୪୮ ଘଂଟା ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଗଲେ ସୋମବାର ଠାରୁ ସଂପୂର୍ଣ୍ଣ ସେବା ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି ।

ଭିମସାର ନିର୍ଦ୍ଦେଶକ ପ୍ର. ଅଶ୍ୱିନୀ ପୂଜାହାରୀ ଜୁନିୟର ଡାକ୍ତରଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ଦେବା ସହ ନିଜ ପଦବୀର ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛି ସଂଘ । ସେମାନଙ୍କୁ ପରୀକ୍ଷାରେ ଫେଲ କରି ଦେବାକୁ ଧମକ ଦେବା ସହ ଅସାମାଜିକ ଲୋକଙ୍କୁ ଲଗାଇ ମେଡିକାଲ ପରିସରକୁ ଅଶାନ୍ତ କରୁଛନ୍ତି । ଏଭଳି ୧୦ ଦଫା ଅଭିଯୋଗ ସମ୍ବଳିତ ଦାବିପତ୍ର କନିଷ୍ଠ ଡାକ୍ତର ସଂଘ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

By amfnews

Related Post