Sat. Mar 7th, 2026

ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ବାତ୍ୟା ‘ଫନି’

393 Views

ଭୁବନେଶ୍ୱର: ବଙ୍ଗୋପସାଗର ମଧ୍ୟରେ ପୁରୀ ଠାରୁ ମାତ୍ର ୫୧୦ କିଲୋମିଟର ଦୂରର ଥିବା ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ସୂଚନା ଦେଇଛି।

ସମୁଦ୍ର ଆଶାନ୍ତ ହୋଇ ପାଣି ମାଡ଼ି ଆସିବାରୁ ପୁରୀ ସ୍ୱର୍ଗଦ୍ୱାର ନିକଟରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିବା ଖବର ମିଳିଛି। ତାରିଖ ଅପରାହ୍ଣରେ ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ‘ଫନି’ ସ୍ଥଳଭାଗକୁ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ୍‌, ୟେଲୋ ଏବଂ ରେଡ୍‌ ଓ୍ଵାର୍ଣ୍ଣିଙ୍ଗ୍‌ ଜାରି କରାଯାଇଛି। ମେ ୨ ଓ ୩ ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ‘ଅରେଞ୍ଜ୍‌ ଓ୍ଵାର୍ଣ୍ଣିଙ୍ଗ୍‌’ ବା ପିଙ୍ଗଳ ସଙ୍କେତ ଜାରି କରାଯାଇଛି।

‘ଫନି’ ପ୍ରଭାବ ଯୋଗୁଁ ସମୁଦ୍ରରେ ପ୍ରାୟ ଦେଢ଼ ମିଟର ଉଚ୍ଚ ଜୁଆର ଉଠିବ।

By amfnews

Related Post