Fri. Jan 17th, 2025

ଘଣ୍ଟାପ୍ରତି ୧୮୦ କିଲୋମିଟରରେ ଦୌଡିବ ଟ୍ରେନ, ସଫଳ ହେଲା ପରୀକ୍ଷା

By amfnews Aug 13, 2019 #Featured
93 Views

ନୂଆଦିଲ୍ଲୀ  : ଖୁବଶୀଘ୍ର ଭାରତୀୟ ରେଳରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ | କାରଣ ଏବେ ଏମିତି ଏକ ଇଂଜିନ ସାମିଲ ହେବାକୁ ଯାଉଛି ଯାହାକି ଆପଣଙ୍କୁ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେବ | ରେଳ ମନ୍ତ୍ରାଳୟ ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଛି | ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏ ବାବଦରେ ସୂଚନା ଦେବା ସହ ଏହି ନୂଆ ଟ୍ରେନ ଇଂଜିନର ଭିଡିଓ ସେୟାର କରିଛନ୍ତି |

Piyush Goyal

@PiyushGoyal

Railways has manufactured a high speed locomotive in West Bengal’s Chittaranjan Locomotive Works, achieving a top speed of 180km/hr.

This new locomotive produced under ‘Make In India’ initiative, will speed up trains like never before.

Watch the video:

Embedded video

ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ୱାର୍କ୍ସ ଏଭଳି ଏକ ଇଂଜିନର ନିର୍ମାଣ କରିଛି ଯାହାକି ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଧାରଣାରେ ଯାଇପାରୁଛି | ରେଳମନ୍ତ୍ରୀ ପିୟୁଷ ଗୋୟଲ ଏହି ଇଂଜିନର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ମେକ ଇନ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଏହି ଇଂଜିନର ନିର୍ମାଣ କରାଯାଇଛି | ଘଣ୍ଟା ପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଏହି ଟ୍ରେନ ଗତି କରିବାକୁ ସକ୍ଷମ ହୋଇଥିବାବେଳେ ଖୁବଶୀଘ୍ର ଏହାକୁ ଯାତ୍ରୀ ପରିବହନ କ୍ଷେତ୍ରରେ ସାମିଲ କରାଯିବ |

By amfnews

Related Post