Sat. Mar 7th, 2026

ଗୟାରେ ଆତଙ୍କବାଦ ବିରୋଧୀ ଚଢ଼ାଉ ବେଳେ ବିହାର ଏସ୍‌ଟିଏଫ୍‌ ଉଦ୍ଧାର କଲେ ବିପୁଳ ଅସ୍ତ୍ରଶସ୍ତ୍ର

233 Views

ଗୟା : ଶୁକ୍ରବାର ଦିନ ବିହାର ପୁଲିସର ସ୍ପେସାଲ୍‌ ଟାସ୍କ ଫୋର୍ସ ଗୟା ଜିଲ୍ଲାରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଘରେ ଚଢ଼ାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି।

ନିକଟରେ କୋଲ୍‌କାତା ପୁଲିସର ସ୍ପେସାଲ୍‌ ଟାସ୍କ ଫୋର୍ସ ଗିରଫ କରିଥିବା ଜମାତ୍‌-ଉଲ୍‌-ମୁଜାହିଦୀନ ବାଂଲାଦେଶର ଆତଙ୍କବାଦୀ ଇଜାଜ୍‌ ଅହମଦ୍‌ ଠାରୁ ସୂଚନା ପାଇବା ପରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବିହାର ଏସ୍‌ଟିଏଫ୍‌ କର୍ମଚାରୀମାନେ ଟାଇମ୍‌ ବୋମା ତିଆରି ଯନ୍ତ୍ର ଏବଂ ବିପୁଳ ପରିମାଣର ଆଗ୍ନେୟାସ୍ତ୍ର।

ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ପାରୁଇରେ ବସବାସ କରୁଥିବା ଏହି ୩୦ ବର୍ଷିୟ ଆତଙ୍କବାଦୀକୁ ମଙ୍ଗଳବାର ଦିନ କୋଲକାତା ପୁଲିସର ଏସ୍‌ଟିଏଫ୍‌ ଗିରଫ କରିଥିଲା।

ଏହି ଆତଙ୍କବାଦୀ ୨୦୧୨ ବର୍ଦ୍ଧମାନ ଏବଂ ୨୦୧୩ ବୋଧଗୟା ବିସ୍ଫୋରଣରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଉଛି।
ନିକଟରେ ବାଂଲାଦେଶରୁ ଫେରି ସେ ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ବୁନିୟାଦପୁର ଥାନା ଅଧୀନ ପଠାନତୋଲି ଗ୍ରାମରେ ବାସ କରୁଥିଲା।

By amfnews

Related Post