195 Views
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୌଚାଳୟ ଭଙ୍ଗା ଯାଇଥିଲା ଓ ବିଦ୍ୟାଳୟର ସମସ୍ତ କ୍ଳାସ ରୁମ ଓ କାର୍ଯ୍ୟାଳୟରେ ଲାଗିଥିବା ତାଲା ଗୁଡିକୁ ଏମ.ସିଲରେ ସିଲ କରାଯାଇ ଥିଲା ଯାହାଫଳରେ ତାଲା ଖୋଲା ହୋଇ ନ ପାରିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶହ ଶହ ଛାତ୍ର ଛାତ୍ରୀ ବାହାରେ ଖରାରେ ବାରଣ୍ଡାରେ ବସିବାକୁ ପଡିଥିଲା।
ଏହିପରି ଘଟଣା ଦେଖି ଅଭିଭାବକଙ୍କ ମହଲରେ ଉତେଜନା ହେବାରୁ ଗୋଳନ୍ଥରା ଥାନା ଖବର ପାଇ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝା ସୁଝା କରି ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ, ସଭାପତି ,ଗ୍ରାମର ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ତାଲାଗୁଡିକୁ କାଟି ଛାତ୍ରଛାତ୍ରୀମାନଙ୍କୁ କ୍ଳାସ ରୁମକୁ ନେଇଥିଲେ।