Wed. Nov 6th, 2024

ଗ୍ରାମାଂଚଳ ନିର୍ବାଚନରେ ୪୯ରୁ ୩୨ଟିରେ ଜିତିଲା ବିଜେପି

By amfnews Dec 15, 2020 #Featured
136 Views

ପାଣାଜୀ, ଡିସେମ୍ବର ୧୫ : ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜୋର ଧରିଥିବା ବେଳେ ଗୋଆରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ଜିଲ୍ଲା ପଂଚାୟତ ନିର୍ବାଚନରେ ୪୯ଟି ଆସନରୁ ୩୨ଟିରେ ବିଜୟ ହାସଲ କରିଛି । ବିରୋଧୀ ଦଳ କଂଗ୍ରେସ ଖାତାକୁ ଯାଇଛି କେବଳ ୪ଟି ଆସନ । ରାଜ୍ୟରେ ୪୮ଟି ଜିଲ୍ଲା ପଂଚାୟତ ପାଇଁ ୫୦ଟି ଆସନ ଅଛି । କାରଣ ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାରୁ ମତଦାନ ହୋଇପାରି ନାହିଁ । ଏହି ଆସନଗୁଡ଼ିକ ପାଇଁ ଡିସେମ୍ବର ୧୨ରେ ମତଦାନ ହୋଇଥିଲା ।  

ସୋମବାର ଘୋଷଣା ହୋଇଥିବା ଫଳାଫଳରେ ବିଜେପି ୩୨ଟି ଆସନରେ ବିଜୟୀ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ୭ଟି ଆସନ ଜିତିଥିବା ବେଳେ କଂଗ୍ରେସକୁ ୪ଟିରେ ସନ୍ତୁଷ୍ଟ ହେବାକୁ ପଡିଛି । ସେହିଭଳି ଏମ୍‌ଜିପି ହାତରେ ୩, ଏନସିପି, ଆମ ଆଦମୀ ପାର୍ଟିକୁ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଉପକୂଳବର୍ତ୍ତୀ ରାଜ୍ୟରେ ଆମ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ନିର୍ବାଚନରେ ଜିତିଛି । ଅରବିନ୍ଦ କେଜରୀୱାଲଙ୍କ ନେତୃତ୍ୱରେ ଦଳ ୨୦୨୨ ବିଧାନସିଭା ନିର୍ବାଚନରେ ବଳ କଷିବ । ଗୋଆ ବିଧାନସଭାରେ ୪୦ଟି ଆସନ ରହିଛି । 

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟର ଗ୍ରାମାଂଚଳରେ ବିଜେପିର ନିର୍ବାଚନ ପ୍ରଦର୍ଶନ ନେଇ ଖୁସି ଅନୁଭବ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଓ ଏହାର ନେତୃତ୍ୱରେ କାମ କରୁଥିବା ଗୋଆ ସରକାର ପ୍ରତି ଭରସା କରିଥିବାରୁ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

By amfnews

Related Post