Fri. Mar 6th, 2026

ଗୌହାଟୀ ଦିନିକିଆ: ସିମରୋନ୍‌ଙ୍କ ଶତକ ବଳରେ ଭାରତକୁ ୩୨୩ ରନ୍‌ ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ

520 Views

କିରଣ ପାେଓ୍ଵଲ ଓ ଚନ୍ଦ୍ରପଲ ହେମରାଜ ୱେଷ୍ଟଇଣ୍ଡିଜ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଭାରତର ମହମ୍ମଦ ସାମି ୫ମ ଓଭରରେ ଚନ୍ଦ୍ରପଲଙ୍କୁ ବୋଲଡ୍‌ କରି ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ। ପାେଓ୍ଵଲଙ୍କୁ ଖଲିଲ ଅହମଦ ଶିକାର କରିଥିଲେ ଓ ଶିଖର ଧାଓ୍ଵନ କ୍ୟାଚ ନେଇଥିଲେ। ଏହା ପରେ ମାର୍ଲୋନ ସାମୁଏଲ(୦)ଙ୍କୁ ୟୁଜବେନ୍ଦ୍ର ଚହଲ ଏଲବିଡବ୍ଲୁ କରିଥିଲେ।

ସାଈ ହୋପ୍‌(୩୨) ମହମ୍ମଦ ସାମିଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ହୋପ୍‌ ୫୧ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ରୋଭମ୍ୟାନ ପାେଓ୍ଵଲଙ୍କ ଓ୍ଵିକେଟ ସହିତ ୱେଷ୍ଟଇଣ୍ଡିଜ ୫ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ହରାଇଥିଲା। ପାେଓ୍ଵଲଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍‌ କରିଥିଲେ। ଶତକ ହାସଲ କରିବା ପରେ ସିମରୋନ ହେଟମେୟର ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ। ସେ ଋଷଭ ପନ୍ତଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ ଏସ୍ଲେ ନର୍ସଙ୍କୁ ଏଲ୍‌ବିଡବ୍ଲୁ କରିଥିଲେ। ଭାରତର ୮ମ ଶିକାର ହୋଇଥିଲେ ଅଧିନାୟକ ଜେସନ୍‌ ହେଲଡର(୩୮)। ସେ ୟୁଜବେନ୍ଦ୍ର ଚଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦେବେନ୍ଦ୍ର ବିଶୋ ଅପରାଜିତ ୨୨ ରନ୍‌ ଓ କେମରନ୍‌ ରୋଚ୍‌ ଅପରାଜିତ ୨୬ ରନ୍‌ ଯୋଡ଼ିଥିଲେ।

By amfnews

Related Post