Sat. Mar 7th, 2026

ଗୋରୁ ଵୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜଵତ

147 Views

ଭଦ୍ରକ : ଭଦ୍ରକ ଟାଉନ୍ ଥାନା ଅଧୀନ ମୋଟେଲ ଛକରୁ ଏକ ଗୋରୁ ଵୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜଵତ କରାଯାଇଛି। ଭ୍ୟାନ୍‌ରୁ ମୋଟ ୩୦ଟି ଗୋରୁ ଉଦ୍ଧାର କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ସନ୍ଦେହରେ ସ୍ଥାନୀୟ ଯୁବକମାନେ ମୋଟେଲ ଛକରେ ଏହି ପିକ୍ଅପ୍ ଭ୍ୟାନ୍‌ଟିକୁ ଅଟକାଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଗୁଡ଼ିକୁ ଉଦ୍ଧାର କରିଥିଲା। ପୁଲିସ୍ ଗାଡ଼ିଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହି ଭ୍ୟାନ୍‌ରେ ଯାଜପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି।

By amfnews

Related Post