Thu. Dec 26th, 2024

ଗୋଟିଏ ରାତିରେ ୩ଘରୁ ଚୋରି ଉଦ୍ୟମ

rklsanchar@gmail.com' By J.N. Pradhan Jul 17, 2018 #Featured
231 Views

ରାଉରକେଲା  : ରାଉରକେଲା ସହରରେ ଦିନକୁ ଦିନ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ବଡି ଚାଲିଛି । ଗତ ଦୁଇଦିନ ତଳେ ବେଦବ୍ୟାସ ଅଞ୍ଚଳରେ ଗୋଟିଏ ଦିନରେ ୭ ଜଣଙ୍କ ଘରୁ ଚୋରି ହୋଇଥିଲା । ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଉକ୍ତ ଅଭିଯୁକ୍ତଙ୍କ କୌଣସି ସୁରାକ୍ ପାଇପାରି ନଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ସିଭିଲଟାଉନ୍ସିପ୍ ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।

ଏହି ଅଞ୍ଚଳରେ ଗୋଟିଏ ରାତିରେ ୩ଟି ଘରେ ଚୋରମାନେ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଘର ମାଲିକ ଉଠିଯିବାରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସିଭିଲଟାଉନସିପ ଅଞ୍ଚଳରେ ଥିବା କ୍ୱାର୍ଟର୍ସ ନଂ/ସିସିସି/୭, ସିସିସି/୫ ଓ ଟିଟି/୧୬ ଘରେ କିଛି ଦୁବୃର୍ତ୍ତ ଚୋରି ଉଦ୍ଦେଶ୍ୟରେ ଘରର ପାଚେରି ଡେଇଁ ପଶିଥିଲେ । ପ୍ରଥମେ ସିସିସି/୭ ଘରେ ଦୁବୃର୍ତ୍ତମାନେ ପଶିଥିବା ବେଳେ ଉକ୍ତ ଘରର ମାଲିକ ରାତିରେ ଉଠିପଡିବାରୁ ସେମାନେ ଫେରାର ପଳାଇ ଯାଇଥିଲେ ।

ସେହିଭଳି ସିସିସି/୫ ଘରର ତାଲା ଦୁବୃର୍ତ୍ତମାନେ ଭାଙ୍ଗୁଥିବା ବେଳେ ଉକ୍ତ ଘରେ ଥିବା କୁକୁର ଭୁକିବାରୁ ଦୌଡ଼ି ଦୁର୍ବୁତ୍ତମାନେ ଖସି ପଳାଇଥିଲେ । ପରେ ରାତି ସାଢ଼େ ୩ଟା ସମୟରେ ଟିଟି/୧୬ ଘର ପାଚେରୀ ଡେଇଁ ଦୁବୃର୍ତ୍ତମାନେ ପଶୁଥିବାବେଳେ ଘର ମାଲିକ ଶ୍ୟାମଲାଲ ଗୁପ୍ତା ଘରର ପାଣି ମଟର ଚାଲୁ କରିଥିଲେ । ଏହା ଜାଣିପାରି ଦୁବୃର୍ତ୍ତମାନେ ପଳାଇଥିଲେ । ସକାଳ ହେବାରୁ ସ୍ଥାନୀୟ ଲୋକେ ରଘୁନାଥାପାଲି ଥାନା ଦାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ସହ ଉକ୍ତ ଅଞ୍ଚଳରେ ବିଳମ୍ବିତ ରାତିରେ ପାଟ୍ରୋଲିଂ ପାଇଁ ଦାବି କରିଥିଲେ ।

Related Post