Sun. Mar 8th, 2026

ଗୋଟିଏ ଦିନରେ ଗାଁର ୨ ଯୁବକଙ୍କ ମୃତ୍ୟୁ

212 Views

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଯଅଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ୨ ଦିନ ମଧ୍ୟରେ ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିବାରୁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି।

ଗତକାଲି ଯଅଁରା ଗ୍ରାମର ପ୍ରଶାନ୍ତ ସାହୁ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଯୁବକଜଣକ ବେକରେ ଓଢ଼ଣି ଗୁଡ଼ାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପକେଟ୍‌ରୁ ଏକ କାଗଜ ମିଳିଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ମହାକାଳପଡ଼ା ଥାନାରେ ଉକ୍ତ ଗାଁର ଅଶୋକ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ।

ଆଜି କିନ୍ତୁ ମୃତକଙ୍କ ବାଡ଼ି ପଟେ ଥିବା ଗାଡ଼ିଆରୁ ଅଶୋକଙ୍କ ମୃତଦେହ ଉଦ୍ଧାର ହେବା ପରଠୁ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post