Sat. Mar 7th, 2026

ଗୋପାଳପୁରରେ ଗୋଷ୍ଠୀ ସଂଘର୍ଷ

199 Views

ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଗୋପାଳପୁରରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ବହୁ ମହିଳା ଓ ପୁରୁଷ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ପେଣ୍ଠକଟା ମେରାଇନ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ପୁଲିସ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଏପରିକି ଏ ନେଇ ପୁଲିସ ପାଖରେ କୌଣସି ଖବର ନାହିଁ ବୋଲି ମେରାଇନ୍‌ ଥାନା ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ମୁତାବକ, ଗତକାଲି ଗୋପାଳପୁରର ଦୁଇପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଉଭୟ ଉଭୟଙ୍କୁ ମାରଣାସ୍ତ୍ର, ଠେଙ୍ଗା ଆଦିରେ ଆକ୍ରମଣ କରିଥିଲେ। ଏ ନେଇ ଦୁଇପକ୍ଷରୁ ପେଣ୍ଠକଟା ମେରାଇନ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତମାନେ ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଦୁଇପକ୍ଷ ମଧ୍ୟରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।

By amfnews

Related Post