176 Views
ଗଂଜାମ, ଜାନୁଆରୀ ୧ : ଗଂଜାମର ଆସିକା କଲେଜ ଛକରେ ଗୁଳିକାଣ୍ଡ ହୋଇଛି । ଗୁଳିକାଣ୍ଡରେ ଖାରିଆ ସରପଂଚ ଅରବିନ୍ଦ ଲେଙ୍କାଙ୍କ ଭାଇ ବାହାନ ଲେଙ୍କାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି ମାତ୍ର ଅଭିଯୁକ୍ତ ଫେରାର ହୋଇଯାଇଛି ।
ଗତକାଲି ରାତିରେ ବାହାନ ଲେଙ୍କା ଅନ୍ୟ ଜଣଙ୍କ ସହ ଆସିକାକୁ ଘରକୁ ଫେରୁଥିବା ସମୟରେ ଅତର୍କିତ ଭାବରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ବାଇକରେ ଆସି ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ବାହାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆସିକା ମେଡିକାଲରେ ଭର୍ତି କରାଯାଇଥିଲା ଓ ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧାନ ଅବସ୍ଥାରେ ବାହାନଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।