Thu. Mar 12th, 2026

‘ଗୁରୁତ୍ୱପୂର୍ଣ୍ଣ ଘଟଣାଟିଏ ଘଟିଛି’: ଆଜି ଏ ବିଷୟରେ ବିବୃତି ଦେବେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌

198 Views

ଓ୍ଵାସିଂଟନ୍‌: ବିଳମ୍ବିତ ଶନିବାର ଦିନ ହ୍ଵାଇଟ୍‌ ହାଉସ୍‌ ଘୋଷଣା କରିଛି ଯେ ରବିବାର ସକାଳେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ଅନିଶ୍ଚିତ ଗଣମାଧ୍ୟମ ଖବର ଅନୁସାରେ, ସରିୟାର କରାଯାଇଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ ଉପରେ କରାଯାଇଥିବା ସାମରିକ ଅଭିଯାନ ସଂକ୍ରାନ୍ତରେ ସେ ବିବୃତି ଦେଇ ପାରନ୍ତି।

ସବିଶେଷ ବିବରଣୀ ନ ଦେଇ ହ୍ଵାଇଟ୍‌ ହାଉସ୍‌ର ଡେପୁଟି ପ୍ରେସ୍‌ ସେକ୍ରେଟେରି ହୋଗାନ୍‌ ଜିଡ୍‌ଲି କହିଛନ୍ତି: ଆସନ୍ତାକାଲି ସକାଳ ୯ଟା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ସେ ଅଧିକ କିଛି ବ୍ୟାଖ୍ୟା ଦେଲେ ନାହିଁ।

ଶନିବାର ସନ୍ଧ୍ୟା ବେଳେ ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ: କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି! ଏ ଟୁଇଟ୍‌ ପରେ ପରେ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶ ପାଇଥିଲା।ନିଉଜ୍‌ଉଇକ୍‌ ଖବର ଅନୁସାରେ, ଆଇଏସ୍‌ ନେତା ଅବୁ ବକର୍‌ ଅଲ୍‌-ବାଗଦାଦିଙ୍କୁ ନିପାତ କରିବାକୁ ନିକଟରେ ଟ୍ରମ୍ପ୍‌ ଆଇଏସ୍‌ ବିରୋଧରେ ସ୍ୱତନ୍ତ୍ର ଅଭିଯାନକୁ ମଞ୍ଜୁର କରିଥିଲେ।ଆଇଏସ୍‌ଆଇଏସ୍‌ ନେତା ଅଲ୍‌-ବାଗ୍‌ଦାଦି ନିହତ ହୋଇଛି ବୋଲି ଶୁଣିବାକୁ ମିଳୁଛି।ଏ ସଂକ୍ରାନ୍ତରେ ପେଣ୍ଟାଗନ୍‌ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି।

By amfnews

Related Post