Tue. Dec 24th, 2024

ଗୁରୁତର କରୋନା ରୋଗୀଙ୍କ ଚିତ୍କିସାରେ ସଫଳ ହେଉଛି ଷ୍ଟେରଏଡ ଔଷଧ, WHO ଜାରି କଲା ନୂଆ ଗାଇଡଲାଇନ

By amfnews Sep 3, 2020 #Featured
166 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩ : ସାରା ବିଶ୍ୱରେ ଭୟଙ୍କର ଭାବରେ ମାଡିଚାଲିଛି ମହାମାରୀ କରୋନା ଭାଇରସର ପ୍ରକୋପ | ଭାରତ, ଆମେରିକା ସମେତ ଅନେକ ଦେଶ ବର୍ତ୍ତମାନ ମହାମାରୀ କବଳରେ କବଳିତ ଅଛନ୍ତି । ବୈଜ୍ଞାନିକମାନେ ଏହାର ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ଔଷଧ ଏବଂ ଟିକା ବିକାଶ କରିବାରେ ବ୍ୟସ୍ତ ଅଛନ୍ତି | ଏହି ସମୟରେ, ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଷ୍ଟେରଏଡ ଔଷଧ (ଷ୍ଟେରଏଡ) କରୋନା ଜୀବାଣୁ ସଂକ୍ରମଣର ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏ ବାବଦରେ ଏକ ନୂତନ ପରାମର୍ଶ ଜାରି କରିଛି ।

WHO କହିଛି ଯେ ଷ୍ଟେରଏଡ କେବଳ ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ଉପରେ ବ୍ୟବହାର କରାଯାଇପାରିବ । କିନ୍ତୁ ପ୍ରାରମ୍ଭିକ ଲକ୍ଷଣ ଥିବା ରୋଗୀମାନଙ୍କ ଉପରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ | ଏହି ପରିପ୍ରେକ୍ଷୀରେ, ଆମେରିକୀୟ ମେଡିକାଲ ଆସୋସିଏସନ ଜର୍ଣ୍ଣାଲର ମୁଖ୍ୟ ସମ୍ପାଦକ ହାୱାର୍ଡ ସି ବୁଚରଙ୍କ ଅନୁଯାୟୀ, କରୋନା ମହାମାରୀରେ ପୀଡିତ ରୋଗୀଙ୍କ ଚିତ୍କିସା ପାଇଁ ଷ୍ଟେରଏଡ ସହାୟକ ହୋଇଥାଏ । ଏହାକୁ ବିଶ୍ୱବ୍ୟାପୀ ବ୍ୟବହାର କରାଯାଇପାରିବ |

ଏଥି ସହିତ, WHO ଆହୁରି ମଧ୍ୟ କହିଛି ଯେ ବିଭିନ୍ନ ସ୍ଥାନରେ ପ୍ରାୟ 1700 କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କ ଶରୀରରେ ତିନି ପ୍ରକାରର ଷ୍ଟେରଏଡ ଡ୍ରଗ୍ ପରୀକ୍ଷା କରାଯାଇଛି । ଏହି ପରୀକ୍ଷଣରେ ପ୍ରକାଶ ପାଇଛି ଯେ ଷ୍ଟେରଏଡ ଔଷଧ ବ୍ୟବହାର କରିବା ଦ୍ୱାରା କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କା ବହୁତ ପରିମାଣରେ କମିଯାଇଛି । ଷ୍ଟେରଏଡ ଔଷଧ ଯେପରିକି ଡେକ୍ସାମେଥାସୋନ, ହାଇଡ୍ରୋକୋର୍ଟିସୋନ ଏବଂ ମିଥାଇଲପ୍ରେଡିସୋଲୋନ ପରି ଔଷଧ ଡାକ୍ତରଙ୍କ ଦ୍ୱାରା ରୋଗୀର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ, ଯନ୍ତ୍ରଣା କମ୍ କରିବା ପାଇଁ ଦିଆଯାଇଥାଏ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ 2.61 କୋଟିରୁ ଉର୍ଦ୍ଧ୍ୱ ଲୋକ ମହାମାରୀ କରୋନା ଭାଇରସ ରୋଗରେ ଆକ୍ରାନ୍ତ ହୋଇସାରିଲେଣି ଏହା ସହ 8.67 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଏଥିସହ ଦୁନିଆର 1.84 କୋଟି ଲୋକ ବର୍ତ୍ତମାନ ସୁଦ୍ଧା ଏହି ମହାମାରୀକୁ ହରାଇ ଆରୋଗ୍ୟ ଲାଭ କରି ସାରିଲେଣି ।

By amfnews

Related Post