Sun. Mar 8th, 2026

ଗୁଣି ପାଇଁ ଗାଁ ଦାଣ୍ଡ ରକ୍ତରଞ୍ଜିତ : ସ୍ୱାମୀଙ୍କୁ ସଂଘବଦ୍ଧ ହତ୍ୟା, ପତ୍ନୀ ଆହତ

190 Views

ବ୍ରହ୍ମପୁର/କବିସୂର୍ଯ୍ୟନଗର : ଗୁଣି ସନ୍ଦେହରେ ହତ୍ୟାକାଣ୍ଡ ଯୋଗୁଁ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମୋରାବାଇ ଗାଁ ମାଟି ରକ୍ତରଞ୍ଜିତ ହୋଇଛି। ସମ୍ପର୍କୀୟଙ୍କ ସଂଘବଦ୍ଧ ଆକ୍ରମଣରେ ଗ୍ରାମର ବନମାଳି ସ୍ବାଇଁ(୪୮)ଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବନମାଳିଙ୍କ ସାନବାପା ପୁଅ ଭାଇ ହେଉଛନ୍ତି ସଂଜୟ ସ୍ବାଇଁ। ସଂଜୟଙ୍କ ପତ୍ନୀ କିଡ୍‌ନି ରୋଗରେ ଅସୁସ୍ଥ ଥିଲେ। ଚିକିତ୍ସା ପରେ ମଧ୍ୟ ଭଲ ନହେବାରୁ ତାଙ୍କୁ କେହି ଗୁଣି କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଏଥିନେଇ ସଞ୍ଜୟଙ୍କ ପରିବାର ବନମାଳିଙ୍କ ପତ୍ନୀ ନମିତାଙ୍କୁ ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ସଞ୍ଜୟ ଏବଂ ତାଙ୍କ ୨ପୁଅ ସହ ଅନ୍ୟଜଣେ ସମ୍ପର୍କୀୟ ଠେଙ୍ଗା ଓ ଲୁହାରଡ଼ରେ ବନମାଳି ଓ ନମିତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ, ୨ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଅବସ୍ଥାରେ ବନମାଳିଙ୍କୁ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କବିସୂର୍ଯ୍ୟନଗର ପୁଲିସ୍‌ କେସ୍ ନମ୍ବର ୨୨୪/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

By amfnews

Related Post